ଅସହାୟଙ୍କ ଅନ୍ତିମ ସଂସ୍କାର କଲା ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ

କଟକ, (ଯୁଗାବ୍ଦ ନ୍ୟୁଜ):ଅସହାୟଙ୍କ ଅନ୍ତିମ ସଂସ୍କାର କରିଲେ କଟକର ଅଗ୍ରଣୀ ସାମାଜିକ ସଂଗଠମ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ।ସନ୍ତୋଷ ବିଶ୍ୱାଳ ନାମକ ପିଲାଟି ବୟସ ମାତ୍ର ୧୬ବର୍ଷ, ଦୋଳ ମୁଣ୍ଡାଇରେ ରହୁଥିଲା । ଏତେ କମ ବୟସରୁ ଅଧିକ ମେଦ ବହୁଳ ଓ କିଡିନି ରୋଗରେ ପୀଡିତ ହୋଇଥିବାରୁ ମେଡିକାଲ ଚିକିତ୍ସା କ୍ରମେ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ଫୋନ କରି ଦୁଃଖଦ ଘଟଣା ଜଣାଇବା ପରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ମେଡ଼ିକାଲରେ ପହଞ୍ଚି ସମସ୍ତ କାଗଜ ପତ୍ର କାର୍ଯ୍ୟ ସାରି କଟକ ଖାନ ନଗର କାଳୀ ମନ୍ଦିର ମଶାଣୀ ଶ୍ରଦ୍ଧା ପୂର୍ବକ ନୀତି ନିୟମ ବିଧିବଦ୍ଧ ଭାବେ ଅନ୍ତିମ ସଂସ୍କାର କରଗଲା ।ଏହି ସେବା କାର୍ଯ୍ୟରେ ଟ୍ରଷ୍ଟର ଉପଦେଷ୍ଟା ତନୁଶ୍ରୀ ବେହେରା ମୁଖାଗ୍ନି ଦେବା ସହ ସ୍ଥାନୀୟ ବାସିନ୍ଦା ଚାନ୍ଦିନୀ ଅପା ରାମକୃଷ୍ନ ହାତୀ,ସତ୍ୟଜିତ ମହାପାତ୍ର,ବିଶ୍ୱନାଥ ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ଏହି ଭଳି ଅସହାୟ ଅନ୍ତିମ ସେବା କାର୍ଯ୍ୟ ଟ୍ରଷ୍ଟ ମେମ୍ବରଙ୍କ ସହଯୋଗ କ୍ରମେ ଆଗକୁ ମଧ୍ୟ ଜାରି ରହିବ ବୋଲି ଟ୍ରଷ୍ଟର ସଭାପତି ମନୋଜ ପଣ୍ଡା ମତ ପ୍ରକାଶ କଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ