କାଳି ପ୍ରସାଦଙ୍କ ସ୍ମୃତିରେ ଅସହାୟ ତଥା ଜରାଗ୍ରସ୍ତଙ୍କୁ କମ୍ବଳ ବଂଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୌଦ୍ଧିକ ସମାବେଶ ଓଡ଼ିଶା ଓ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ ବମିଖାଲର ମିଳିତ ଆନୁକୂଲ୍ୟରେ ଡେରାଶ ନିକଟ କଂଟାବାଡ ଗ୍ରାମରେ ମହାନ୍ ସମାଜସେବୀ ଶିକ୍ଷାବିତ୍ ସ୍ୱର୍ଗତ କାଳିପ୍ରସାଦ ସାମନ୍ତରାୟଙ୍କ ୫୯ତମ ଜୟନ୍ତୀ ଉପଲକ୍ଷେ ଅସହାୟ, ଜରାଗ୍ରସ୍ତ, ଦୁଃସ୍ଥ ପରିବର ବର୍ଗଙ୍କୁ ପ୍ରାୟ ୧୫୦ରୁ ଅଧିକ କମ୍ବଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରର ସଭାପତି, ଭାଷାବିତ୍ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମାନବ ସେବା ହିଁ ମାଧବ ସେବା ଓ ସମସ୍ତେ ନିଜ ନିଜ ସ୍ତରରେ ସାମାଜିକ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ବୌଦ୍ଧିକ ସମାବେଶର ଉପସଭାପତି ତଥା ସାମ୍ବାଦିକ ସୌଭାଗ୍ୟରଂଜନ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସ୍ୱର୍ଗତ କାଳିପ୍ରସାଦ ଆଦର୍ଶରେ ଅନୁପ୍ରାଣୀତ ହେବାକୁ କହିଥିଲେ । ଗରିବ ଅସହାୟଙ୍କୁ କମ୍ପ୍ୟୁଟର ଶିକ୍ଷା, ନୈତିକ ଶିକ୍ଷା, ମାତୃଭାଷା ପାଇଁ କର୍ଯ୍ୟ ଦରିଦ୍ର ନାରାୟଣ ସେବା ସ୍ୱାସ୍ଥ୍ୟସେବା ସାମ୍ବାଦିକତା ଶିକ୍ଷା ସହିତ ବୃକ୍ଷ ରୋପଣ ଓ ରକ୍ତଦାନର ମହାନ କାଣ୍ଡାରି ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନ ସଦସ୍ୟ ବିଜୟ ପରିଡ଼ା, ସଂଜୀବ ପଣ୍ଡା, ଶରତ ରାଉତ ପ୍ରମୁଖ ସହଯୋଗ କରିଥିବାବେଳେ କାର୍ଯ୍ୟକ୍ରମକୁ ପରିଚାଳନା ଶିବ ପଟ୍ଟନାୟକ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ