ଅସହାୟ ରୋଗୀଙ୍କୁ ସହାୟତାର ହାତ ବଢାଇଲା ଝାଡଖଣ୍ଡ ମୁକ୍ତିମୋର୍ଚା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ବାରିପଦା ସରକାରୀ ମେଡିକାଲ କଲେଦ ହସ୍ପଟାଲରେ ଲକ୍ଷ୍ମଣ ସିଂ ନାମକ ଜଣେ ଅସହାୟ ରୋଗୀ ଚିକିତ୍ସିତ ହେଉଥିଲେ । ଅତି ଗରିବ ଶ୍ରେଣୀର ହେଉଥିବାରୁ ଅଧିକ ଉତ୍ତମ ସ୍ୱାସ୍ଥ୍ୟ ସେବାପାଇଁ ଅର୍ଥ ଥିଲା ବାଧକକୌଣସିାର ସୂଚନା ଓଡିଶା ପ୍ରଦେଶ ଝାଡଖଣ୍ଡ ମୁକ୍ତିମୋର୍ଚା ସଭାନେତ୍ରୀ ଅଂଜନି ସୋରେନଙ୍କ କାନକୁ ଯାଇଥିଲା । ଅସହାୟ ଗରିବ ଲକ୍ଷ୍ମଣ ଉତ୍ତ୍ମ ଆଶୁ ଚିକିତ୍ସା ପାଇଁ ଦଳିୟ କର୍ମିଙ୍କୁ ସହାୟତା ପାଇଁ ନିର୍ଦେଶ ଦେଇଥିଲେ । ଦଳୀୟ ନେତୃବୃନ୍ଦ କେନ୍ଦ୍ରୀୟ ଝାମୁମୋ ସଦସ୍ୟ ପବନ କୁଭାର, ମୟୂରଭଂଜ -୧ ଜିଲ୍ଲା ସଭାପତି ପ୍ରଭୂଦାନ ମାରାଣ୍ଡୀ, ଅନ୍ତୋ ମୂର୍ମୁ,,କାହ୍ନୁ ମାରାଣ୍ଡୀ, ପୃଥୁ ହାଁସଦା, ରଘୁନାଥ ବାସ୍କେ ପ୍ରମୁଖ ଡାକ୍ତରଖାନାକୁ ଯାଇ ଲକ୍ଷ୍ମଣ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଇବା ବ୍ୟବସ୍ଥା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ