ଆଇଏମ୍ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଇଂଟରନ୍ୟାଶନାଲ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟ (ଆଇଏମ୍ଆଇ) ପକ୍ଷରୁ ୨୦୨୨ ଜୁନ ୭ରେ ଏହାର ୯ତମ ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯିବ । ଏହି ସମାରୋହରେ ନେଷ୍ଟଲେ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୁରେଶ ନାରାୟଣନ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚେୟାରମ୍ୟାନ୍ ବୋର୍ଡ ଅଫ୍ ଗଭର୍ଣ୍ଣର ଆଇଏମ୍ଆଇ ବୋର୍ଡ ଏବଂ ଭୁବନେଶ୍ୱରର ଇଂଟରନ୍ୟାଶନାଲ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହେଲ ଏଥିରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ଅଛି । ଭୁବନେଶ୍ୱରର ଇଂଟରନ୍ୟାଶନାଲ ମ୍ୟାନେଜମେଂଟ୍ ଇନଷ୍ଟିଚ୍ୟୁଟ ଏନବିଏ, ଏନଏଏସି ଏବଂ ଏଏମବିଏ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ । ଏହା ପିଜିଡିଏମ୍, ଏଫପିଏମ୍ ଏବଂ କାର୍ଯ୍ୟନିିର୍ବାହୀ(ଏଳ୍ସିକ୍ୟୁଟିଭ୍) ଶିକ୍ଷା ପ୍ରଦାନ କରିଥାଏ ।


