ଆଇନ ଶୃଙ୍ଖଳା ଚରମ ବିପର୍ଯ୍ୟସ୍ତ

ବାଲେଶ୍ବର, (ସରୋଜ ପଣ୍ଡା):ଛଅ ଦିନିଆ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ଆଦିବାସୀ ଉନ୍ନୟନ ଓ ଜଳଶକ୍ତି ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ ଆଜି ବାଲେଶ୍ବର ଜିଲ୍ଲା ପହଞ୍ଚି ଥିଲେ। ଜିଲ୍ଲାର ପ୍ରବେଶ ପଥ ସିମୁଳିଆ ଠାରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସିମୁଳିଆ ନେତା ପଦ୍ମଲୋଚନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ବର ଚନ୍ଦ୍ର ବେହେରା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନଙ୍କ ସମେତ ଶତାଧିକ କାର୍ଯ୍ଯକର୍ତ୍ତା ଶ୍ରୀଯୁକ୍ତ ଟୁଡୁଙ୍କୁ ସ୍ବାଗତ କରିଥିଲେ। ଏହାପରେ ଏକ ବିଶାଳ ପଟୁଆରରେ ମନ୍ତ୍ରୀଙ୍କ ଗାଡ଼ି ବାଲେଶ୍ବର ସହର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ରାସ୍ତାରେ ଜାମୁଝାଡି, ବାହାନଗା, ସୋର, ଦାଣ୍ଡ କାଳୀ, ଶେରଗଡ଼ ଓ କୁରୁଡା ଠାରେ ସ୍ଥାନୀୟ ନେତୃବୃନ୍ଦ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆସିବା ସମୟରେ ମାଆ ଦାଣ୍ଡ କାଳୀ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଥିଲେ। ଶେଷରେ ଦିବା ୩.୩୦ମିନିଟ ସମୟରେ ଶ୍ରୀଯୁକ୍ତ ଟୁଡୁ ବାଲେଶ୍ବର ସର୍କିଟ ପହଞ୍ଚି ଥିଲେ। ସେଠାରେ ଜିଲ୍ଲାର ଅନ୍ୟ ସମସ୍ତ ପଦାଧିକାରୀ, ମୋର୍ଚ୍ଚା ପଦାଧିକାରୀ, ବିଜେପି କାର୍ଯ୍ଯକର୍ତ୍ତା ଓ ବୁଦ୍ଧିଜୀବୀ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେଠାରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ମୁଖ୍ୟତଃ ଏହି ବିନ୍ଦୁ ଉପରେ କହିଛନ୍ତି (ବାଲେଶ୍ବର ମୁନିସିପାଲିଟିରେ ଦୁର୍ନୀତି ଚରମ ସୀମାରେ, ସଫେଇ ନାଆରେ ଅର୍ଥ ହରିଲୁଟ ହେଉଛି, ନାଳ ନର୍ଦମା ପରିଷ୍କାର ନହେବା ଫଳରେ ସାମାନ୍ୟ ବର୍ଷାରେ ସହର ଜଳମଗ୍ନ ହେଉଛି, ଶୁଦ୍ଧ ପାନୀୟ ଜଳର ସରବରାହ ହେଉନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପଡି କାର୍ଡ଼ ବିତରଣ ସବୁଥିରେ ଦଳିୟ ପ୍ରିୟାପ୍ରିତି ଚାଲିଛି, ଯୋଗ୍ଯ ହିତାଧିକାରୀ ବଞ୍ଚିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦାଇତ୍ଵ ପ୍ରାପ୍ତ ବାଲେଶ୍ବର ଆଜି ସବୁ କ୍ଷେତ୍ରରେ ପଛୁଆ। ପ୍ରମୁଖ ଶିଳ୍ପ କାରଖାନା ମାନ ବନ୍ଦ ଅବସ୍ଥାରେ ରହିଛି। ସାତ କୋଟି ଟଙ୍କାର ସିଟି ବସ୍ ଏଵେ ମୋ-ଖତ ଯୋଜନାରେ ସାମିଲ ହେଵାକୁ ଅପେକ୍ଷା କରିଛି। ଆଇନ ଶୃଙ୍ଖଳା ଚରମ ବିପର୍ଯ୍ୟସ୍ତ, ଅପରାଧୀଙ୍କର ଆଉ ଢରଭୟ ବୋଲି କିଛି ନାହିଁ। ପୋଲିସ ପ୍ରଶାସନ କେବଳ ମାସ୍କ ଓ ହେଲମେଟ୍ ଚେକିଂରେ ପାରଙ୍କମ। ଚରସ, ହେରୋଇନ, ବ୍ରାଉନ ସୁଗାର କାରୋବାରରେ ବାଲେଶ୍ବର ଏବେ ଆନ୍ତର୍ଜାତିକ ମାନ୍ଯତା ପାଇଛି। ଏହା ଲଜ୍ଜାର ବିଷୟ ଯେ ଦୁଷ୍କର୍ମ ମାମଲାରେ ବାଲେଶ୍ଵର ରାଜ୍ୟରେ ତୃତୀୟ। ୨୦୨୧ ଜାନୁଆରୀରୁ ଜୁନ୍ ଅର୍ଥାତ ୬ ମାସ ଭିତରେ ହୋଇଛି ୧୦୬ଜଣଙ୍କ ଦୁଷ୍କର୍ମ ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ