କଣ୍ଟାପଡା ଛକ ଠାରେ ଓଭରବ୍ରିଜ ନିର୍ମାଣ କରିବା, ଓଡିଆରପି ସ୍କିମରେ କାର୍ଯ୍ୟଶେଷ କରିଥିବା ହିତାଧିକାରୀଙ୍କୁ ଅର୍ଥପ୍ରଦାନ ଏବଂ ଶୀତଳ ଭଣ୍ଡାର
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ବ୍ଲକର ଓଡିଆରପି ସ୍କିମରେ କାର୍ଯ୍ୟ ଶେଷ କରିଥିବା ହିତାଧିକାରୀ ମାନଙ୍କୁ ଅର୍ଥ ପ୍ରଦାନ କରିବା, ଏଚ.ବୁରୁଡି ସ୍ଥିତ ଶୀତଳ ଭଣ୍ଡାରକୁ କର୍ଯ୍ୟକ୍ଷମ କରିବା ଏବଂ କଣ୍ଟାପଡା ଛକ ଠାରେ ଓଭରବ୍ରିକ ନିର୍ମାଣ କରିବା ସମେତ ବିଭିନ୍ନ ଦାବୀ ନେଇ ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏସଂକ୍ରାନ୍ତରେ ଆଲୋଚନା କରିବା ସହ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ । ଗଞ୍ଜାମ ବ୍ଲକର ସାନରାମଚନ୍ଦ୍ରପୁର , ଝାରଡି ରାଧା ଗୋବିନ୍ଦପୁର, ସୁବଳୟା ଓ ରାମଗଡ ପଞ୍ଚାୟତ ର ୪୦ପ୍ରତିଶତ ହିତାଧିକାରୀ ଓଡିଆରପି ସ୍ମିମରେ ଗୃହ ନିର୍ମାଣ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ମିଳିନାହିଁ । ଯାହାଫଳରେ ସେମାନେ ବିଭିନ୍ନ ଅସୁବିଧାରେ ଗତି କରୁଛନ୍ତି । ଏଣୁ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯାଉ । ଏହାସହ ଗୈାରାଙ୍ଗ ପାଟଣା ଅଂଚଳର ବହୁ ହିତାଧିକାରୀ ମାନଙ୍କୁ ୨୦ହଜାର ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଜାଗା ନ ଯୋଗାଇଦେବାରୁ ସେମାନେ ଏସ୍କିମ ମାଧ୍ୟମରେ ଗୃହ କରିବାରେ ବଞ୍ଚିତ ଅଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ହିତାଧିକାରୀମାନଙ୍କୁ ଏଥି ନିମନ୍ତେ ଜାଗା ଯୋଗାଇଦିଆଯାଉ । ଏଚ.ବୁରୁଡି ସ୍ଥିତ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ କଲେ ଅଂଚଳ ଚାଷୀ ମାନେ ଉପକୃତ ହେବେ । କଣ୍ଟାପଡା ଛକ ଠାରେ ଓଭର ବ୍ରିଜ ନିର୍ମାଣ କଲେ ପ୍ରାୟ ୪ଟି ପଞ୍ଚାୟତ ସମେତ ପୂରୀ ଜିଲ୍ଲାର ଲୋକମାନେ ଉପକୃତ ହେବେ ବୋଲି ଏହି ପ୍ରତିନିଧିଦଳ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଦାବୀ ପତ୍ର ପ୍ରଦାନ ବେଳେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲାପରିଷଦ ସଭ୍ୟା ରଶ୍ମୀରାଣୀ ମାହାପାତ୍ର, ବିଜେପି ଜିଲ୍ଲା ସମ୍ପାଦକ ତଥା ମତ୍ସ୍ୟଜିବୀ ନେତା ଭୀମସେନ ବେହେରା, ହୁମ୍ମା ମଣ୍ଡଳ ସଭାପତି ଗଗନ କୁମାର ନାହାକ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମୁଦୁଲି, ଜିଲ୍ଲା ଲିଗାଲସେଲର ଆବାହକ ପ୍ରଦୀପ କୁମାର ପାଢି, ବିକ୍ରମ ନାହାକ, ଏମ.କାଳିଆଙ୍କସମେତ ବହୁ ଦଳୀୟ ନେତା ମାନେ ଉପସ୍ଥିତ ଥିଲେ ।


