ଆଇ.ଓ.ବି.ତରଫରୁ ସତର୍କତା ସଚେତନତା ସପ୍ତାହ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ,କେରାଣ୍ଡି ତୋଳା ନାରାୟଣପୁର ଶାଖା ତରଫରୁ ସତର୍କତା ସଚେତନତା ସପ୍ତାହ ଗ୍ରାମ୍ୟ କୋଠଘରେ ବ୍ୟାଙ୍କ୍ ର ଶାଖା ପରିଚାଳକ ପିଣ୍ଟୂ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମର ମହିଳା ଓ ପୁରୁଷ ଗ୍ରାହକଙ୍କ ଉପସ୍ଥିତିରେ ସର୍ବ ଭାରତୀୟ ସ୍ତରରେ ଚାଲିଥିବା ସଚେତନତା ସପ୍ତାହ ପାଳନ ର ଉଦ୍ଦ୍ୟେଶ ସମ୍ପର୍କରେ ଶାଖା ପରିଚାଳକ ସାହୁ ବିବରଣୀ ଦେଇ ସମସ୍ତେ ସ୍ବଚ୍ଛତାର ସହ ବ୍ୟାଙ୍କ କାରବାର କରିବା ପାଇଁ ପରାମର୍ଶ ଦେଇଥିଲେ ।ସାହାଯ୍ୟ କରିବା ବାହାନାରେ କିଛି ବ୍ୟକ୍ତି ଆଗେଇ ଆସି ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଘଟଣା ଘଟିଥାଏ ।ଶିକ୍ଷା ର ଅଭାବ ଯୋଗୁଁ ଅଶିକ୍ଷିତ ଗ୍ରାହକ ଆର୍ଥିକ ଠକାମି ର ଶୀକାର ହୋଇଥିବା ଘଟଣାବି ଘଟିଥାଏ ।ତେଣୁ ପ୍ରତ୍ୟେକ ମହିଳା ଶିକ୍ଷିତ ହେବାପାଇଁ ପରାମର୍ଶ ଦେଇଥିଲେ ।ଏଇ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଯୋଗ ଦେଇ ଜନ ସାଧାରଣ ଏବଂ ବ୍ୟାଙ୍କ କର୍ମଚାରୀ ଉଭୟ ପକ୍ଷ ଭ୍ରଷ୍ଟା ଚାର ଠୁ ଦୂରେଇ ରହିବା ଦରକାର ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ,ଉପ ସଭାପତି ଲକ୍ଷ୍ମଣ ପାଣିଗ୍ରାହୀ ,ବ୍ୟାଙ୍କ ଅଫିସର ସଂଧ୍ୟା ରାଣୀ, ଅର୍ଥ ଅଧିକାରୀ ବବିତା ବେହେରା, ସୁନିତା ଶତପଥୀ,ଶଙ୍କର ରଥ,ଜି.ଲାଛେୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଉପସ୍ଥିତ ଗ୍ରାହକ ମାନେ ବିଭିନ୍ନ ଅସୁବିଧା ସମ୍ପର୍କରେ ପ୍ରଶ୍ନ ପଚାରି ଥିଲେ ଏବଂ ବ୍ୟାଙ୍କ ତରଫରୁ ସ୍ପଷ୍ଟି କରଣ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ