ଆଉ ୯୬ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୬, ଯାଜପୁରରେ ୬, ବାଲେଶ୍ୱରରେ ୪, ଖୋର୍ଦ୍ଧାରେ ୯, ଭଦ୍ରକରେ ୭, କଟକରେ ୬, ପୁରୀରେ ୧, କେନ୍ଦ୍ରାପଡ଼ାରେ ୧୦, ବଲାଙ୍ଗୀରରେ ୭, ଜଗତସିଂହପୁରରେ ୬, ନୟାଗଡ଼ରେ ୧, ସୁନ୍ଦରଗଡ଼ରେ ୭, ଦେବଗଡ଼ରେ ୪, କେନ୍ଦୁଝରରେ ୧, କଳାହାଣ୍ଡିରେ ୫, ଗଜପତିରେ ୧୦, ନୂଆପଡ଼ାରେ ୪ ଓ ଢେଙ୍କାନାଳରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତମାନେ କ୍ୱାରେଂଟାଇନ ସେଂଟରରେ ରହିଥିଲେ । ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୯୭୭ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୮୩୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।


