ଯୁବକକୁ ହତ୍ୟା ସନ୍ଦେହ! କାରଣ ଅସ୍ପଷ୍ଟ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):’କରୋନା’ ପାଇଁ ଲକ୍ ଡାଉନ୍ । ଲକ୍ ଡାଉନ୍ କୁ ବି ଅସମାଜିକ ଲୋକ ନୃଶଂସ ହତ୍ୟାକାଣ୍ଡ, ବ୍ୟଭିଚାର, ମାରପିଟ୍ କରିବାକୁ ଭୟ କରୁଛନ୍ତି ନାହାନ୍ତି । ଆଇନକୁ ଫୁ କରି ଦେଉଛନ୍ତି । ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ସାନପାଖଣା ପଞ୍ଚାୟତର ବଡପାଖଣା ଗାଁରେ ।ବଡପାଖଣା ଗାଁର ଚନ୍ଦ୍ର ମୋହନ ମହାନ୍ତଙ୍କ ଗୁରୁବାର ଅପରାହ୍ନରେ ଲୁଙ୍ଗି ପିନ୍ଧି କୁଆଡେ ଯାଇଥିଲେ ଓ ରାତିରେ ଘରକୁ ଫେରି ନ ଥିଲେ ।ଆଜି ଦିନ ସାରା ଘର ଲୋକେ ତାଙ୍କୁ ଖୋଜି ପାଇ ନ ଥିଲେ । ସଂଧ୍ୟାରେ କେହି ଲୋକ ଗାଁ ପାଖ ବିଲରେ ଦେଇ ଯାଉଥିବାବେଳେ ବୁଦା ମୂଳେ କେହି ପଡ଼ିଥିବା ଦେଖି ଗାଁ ବାପାଙ୍କୁ ଖବର ଦେଇଥିଲେ ।ପରେ ଗାଁ ବାଲା ଟାଉନ ଥାନାକୁ ଜଣାଇଥିଲେ । ଟାଉନ୍ ଥାନା ଅଧିକାରିଣୀ ସ୍ଥଳେ ବଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସେତେବେଳକୁ ରାତି ହୋଇଯାଇଥିଲା । ବ୍ୟକ୍ତି ଜଣକ ତଳକୁ ମୁହଁ କରି ପଡିଥିଲେ ।ବେକ ପାଖରେ ରକ୍ତ ବହି ଯାଇଥିଲା ଓ କ୍ଷତ ଚିହ୍ନ ଅଛି ! ଶନିବାର ଦିନ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କଲାପରେ ଶବକୁ ଘଟଣାସ୍ଥଳରୁ ଉଠାଯାଇଥିବା ଶବ ବ୍ୟବଚ୍ଛେଦ କରାଯିବ ବୋଲି ରାଇରଙ୍ଗପୁର ଆଇଆଇସି ରେଣୁବାଳା ମାଡାମ ଗଣ ମାଧ୍ୟମକୁ ସୂଚାଇଛନ୍ତି ।ଆଜି ରାତିରେ ମୃତକଙ୍କୁ ଜଗିବ!କେହି ଦୁବୃର୍ତ୍ତ ହତ୍ୟା କରିଥିବା ଅନୁମାନ କରାଯାଉଛି !


