ଆକସ୍ମିକ ଅଗ୍ନିକାଣ୍ଡ ପାଇଁ ଅଗ୍ନିଶମ କର୍ମଚାରୀଙ୍କ କୌଶଳ ପଦର୍ଶନ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗତ କିଛି ଦିନ ତଳେ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟର ୨ ଟି କୋଭିଡ କେୟାର ହସ୍ପିଟାଲରେ ଆକସ୍ମିକ ଭାବେ ଭୟଙ୍କର ଅଗ୍ନିକାଣ୍ଡ ଘଟି କିଛି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା।ଏଭଳି ସମ୍ଭାବ୍ୟ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଜୀବନ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ବିଶେଷ ଗୁରୁତ୍ୱ ଦେଇଛନ୍ତି।ଏହି କ୍ରମରେ ସ୍ଥାନୀୟ ସହରରେ କାର୍ଯ୍ୟକ୍ଷମ ଥିବା ଏକ ମାତ୍ର କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ଅନ୍ତେବାସୀଙ୍କ ସୁରକ୍ଷା ପ୍ରତି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏହି ଉପଲକ୍ଷେ ଶୁକ୍ରବାର ଅପରାହ୍ନରେ କୋଭିଡ କେୟାର ସେଣ୍ଟର ପରିସରରେ ହିଞ୍ଜିଳି କାଟୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ସୁରକ୍ଷା ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଦର୍ଶିତ କରିଥିଲେ।ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ କିପରି ସଫଳତାର ସହିତ ମୁକାବିଲା କରି ନିଆଁକୁ ଆୟତ୍ତ କରିହେବ ସେ ସମ୍ପର୍କରେ ହସ୍ପିଟାଲରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଦୀଶ ଷଡଙ୍ଗୀ,ଡାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଅଗ୍ନିଶମ ଅଧିକାରୀ ଗୌତମ ସାହୁ, ସତ୍ୟ ରାମ ନାୟକ, ବିଭୁତି ଭୂଷଣ ଜେନା, ବିପିଏମ ଶଶାଙ୍କ ଶେଖର ପଣ୍ଡା, ଫାର୍ମାସିଷ୍ଟ ଆଦିତ୍ୟ କୁମାର ପଲେଇ ଙ୍କ ସମେତ ହସ୍ପିଟାଲ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ