ଆକାଶଛୁଆଁ ଦରବୃଦ୍ଧି ଓ ଖାଦ୍ୟ ଦ୍ରବ୍ୟ ଉପରେ ଜିଏସଟିକୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ ବାଲେଶ୍ୱରର ବାମପନ୍ଥୀ ଶ୍ରମିକ ସଂଗଠନ ସିଆଇଟିୟୁ, ଏଆଇକେଏସ ଓ ଏଡବ୍ଲ୍ୟୁୟୟୁ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ କୃଷକ ସଭା ଜିଲା ସଭାପତି ସୀତାଂଶୁ ସେନାପତି ସଭାପତିତ୍ୱ କରିଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିପିଏମ ଜିଲା ସମ୍ପାଦକ ଶିଶିର ହୁଇ, ସିପିଏମ ରାଜ୍ୟ କିମିଟି ସଦସ୍ୟ ନିର୍ମଳ ନାୟକ, ଜିଲା ସଭାପତି ପ୍ରେମ ରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ । ଖାଦ୍ୟଦ୍ରବ୍ୟ ଉପରୁ ଜିଏସଟି ପ୍ରତ୍ୟାହାର, ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ନିୟନ୍ତ୍ରଣ, ସରକାରୀ ଓ ରାଷ୍ଟ୍ରାୟତ ଉଦ୍ୟୋଗର ଖାଲି ପଡ଼ିଥିବା ପଦବୀ ପୂରଣ, ସମସ୍ତଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଗ୍ୟାରେଣ୍ଟି, ବାସହୀନଙ୍କୁ ଘରଡିହ ପଟ୍ଟା ଓ ଆବାସ ପ୍ରଦାନ, ଉତ୍ପାଦିତ ସମସ୍ତ ଫସଲର ଏମଏସପି ଧାର୍ଯ୍ୟ, ଶ୍ରମିକ ବିରୋଧୀ ୪ ଗୋଟି ଶ୍ରମ କୋଡ ବାତିଲ, ସମସ୍ତ ସ୍କିମ ୱାର୍କର୍ସଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, କୃଷକଙ୍କୁ ରିଆତି ମୂଲ୍ୟରେ ସାର ଓ କିଟନାଶକ ଔଷଧ ପ୍ରଦାନ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ନରେଗା ଯୋଜନାରେ ପ୍ରତ୍ୟେକଙ୍କୁ ୨୦୦ ଦିନର କାମ ଏବଂ ଦୈନିକ ମଜୁରୀ ୭୦୦ ଟଙ୍କାକୁ ବୃଦ୍ଧି, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ ପାଇଁ ସେମାନେ ଦାବି କରିଥିଲେ । ଅନ୍ୟପକ୍ଷରେ ବିଧାୟକ ଓ ସାଂସଦଙ୍କ ଦରମା ତଥା ଭତ୍ତା ବୃଦ୍ଧି କେଉଁ ନ୍ୟାୟରେ ବୋଲି ବକ୍ତାମାନେ ପ୍ରଶ୍ନ କରିଥିଲେ । ସାମ୍ପ୍ରତିକ ଦେଶର ସ୍ଥିତିକୁ ଗୁରୁତ୍ୱ ଦେଇ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଏକ ହେବା ପାଇଁ ବାମପନ୍ଥୀ ନେତାମାନେ ସାଧାରଣ ଜନତାଙ୍କୁ ଆହ୍ୱାଦ ଦେଇଥିଲେ । କ୍ଷେତ ମଜଦୁର ୟୁନିୟନର କର୍ମକର୍ତ୍ତା ଦୀପ୍ତୀମାନ ଆଚାର୍ଯ୍ୟ, ସିଆଇଟିୟୁର ଜିଲା ସମ୍ପାଦକ ବିଜୟ ପାତ୍ର, ଦିଲ୍ଲୀପ ଗିରି, ସୁଦର୍ଶନ ଆଚାର୍ଯ୍ୟ, ସୁଶାନ୍ତ ଜେନା, ରାଜକିଶୋର ଲେଙ୍କା, ବୈକୁଣ୍ଠ ସାହୁ, ମଣ୍ଟୁ ନାୟକ, ଶେଖ ଆଜମତ, ରତନ ଦାସ, ଭଗବାନ ମହାନ୍ତି, ରବୀନ୍ଦ୍ର ବାରିକ ପ୍ରମୁଖ ଏହି ବିକ୍ଷୋଭ ସମାବେଶ ପରିଚାଳନା ସହ କେନ୍ଦ୍ର ଓ ରାଜ୍ୟ ସରକାର ଦାବି ପୂରଣ ଦିଗରେ ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ