ହେଲ୍‌ମେଟ୍ ପିନ୍ଧି କାମ କରନ୍ତି କର୍ମଚାରୀ

ଚଷମା ଏବଂ ଟୋପି ପିନ୍ଧି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଆମେ ଦେଖିଛୁ । ମାତ୍ର ହେଲ୍‌ମେଟ୍ ପିନ୍ଧି କାମ କରିବା କଥା କେହି କେବେହେଲେ କଳ୍ପନା ମଧ୍ୟ କରି ନ ଥିବେ । ଏହା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ । ଉତ୍ତରପ୍ରଦେଶର ବାନ୍ଦ୍ରାରେ ଥିବା ବିଦ୍ୟୁତ୍ ବିଭାଗ ଅଫିସରେ ଏହା ଦେଖିବାକୁ ମିଳିଛି । ଏଠାର କର୍ମଚାରୀମାନେ ଅଫିସ ଭିତରେ କାମ କରିବା ସମୟରେ ହେଲ୍‌ମେଟ୍ ଲଗାଇଥାନ୍ତି । ପ୍ରକୃତ କଥାଟା ହେଲା ଏହି ଅଫିସ୍ ଛାତରୁ ସବୁ ସମୟରେ ପ୍ଲାଷ୍ଟର ଖସିଥାଏ । ବିଗତ ୨ ବର୍ଷ ହେବ ଏପରି ଘଟିଚାଲିଛି । ଏହି କାରଣରୁ ଏଠାର କର୍ମଚାରୀମାନେ ସୁରକ୍ଷା ଦୃଷ୍ଟିରୁ ହେଲ୍‌ମେଟ୍ ପିନ୍ଧି କାମ କରିଥାନ୍ତି । ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ବିଲି୍ଡଂର ଅବସ୍ଥା ଅତି ଶୋଚନୀୟ । କେତେବେଳେ ଏହା ଭୁଶୁଡ଼ିବ ତାହା କହିହେବ ନାହିଁ । ଏ ନେଇ ବହୁବାର ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ