ଆଖଣ୍ଡଳମଣି ମନ୍ଦିରରୁ ଚୋରି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ସ୍ଥିତ ଆଖଣ୍ଡଳମଣି ମନ୍ଦିରରୁ ହୁଣ୍ଡି ଚୋରି କରିନେଇଯାଇଛନ୍ତି ଦୁବୁର୍ତ୍ତ।ହୁଣ୍ଡି ଚୋରି କରି ନେଇଯାଇଥିଲେ ମଧ୍ୟ ଲକର ଭାଙ୍ଗିନପାରିବାରୁ କଲେଜ଼ ପାର୍ଶ୍ୱରେ ଫୋପାଡ଼ି ଦେଇଛନ୍ତି। ଏନେଇ ଗ୍ରାମ ଲୋକ ଦେଖିବା ପରେ ଗଂଜାମ ଥାନାରେ ଖବର ଦେଇଥିଲେ। ଖବର ପାଇ ପୋଲିସ ସନ୍ଧାନୀ କୁକୁର ଆଣି ଚୋରି ସ୍ଥାନରେ ପହଞ୍ଚିବା ପରେ ଋଷିକୂଲ୍ୟା ନଦୀ ମଶାଣି ପର୍ଯ୍ୟନ୍ତ ଯାଇ ଫେରିଥିଲା। ପୂର୍ବରୁ ସହରର ବିଭିନ୍ନ ମନ୍ଦିରରୁ ଚୋରି ହେଇଥିବା ବେଳେ , ଏହା ପଛରେ ଏକ ରାକେଟ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ