ଆଖି ବୁଜିଲେ ପୋଡିଯାଇଥିବା ଗାୟତ୍ରୀ

ବୁଗୁଡା ,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକର ମୋଟାବାଡ଼ି ଗ୍ରାମର ଶିବ ମନ୍ଦିରରେ ସେହି ଗ୍ରାମର ଖଦାଳ ମହାରଣାଙ୍କ ବିବାହିତ ଝିଅ ଗାୟତ୍ରୀ ମହାରଣା (୩୫) ଫେବୃୟାରୀ ୧୨ ତାରିଖ ଦିନ ପୂଜା କରୁଥିବା ସମୟରେ ଦୀପାଳିରୁ ଗାୟତ୍ରୀଙ୍କ ଶାଢୀରେ ଅଗ୍ନି ସଂଯୋଗ ହୋଇ ୮୦ ପ୍ରତିଶତ ରୁ ଉର୍ଦ୍ଧ୍ବ ପୋଡିଯାଇଥିବା ବେଳେ ପ୍ରଥମେ ବୁଗୁଡା ମେଡ଼ିକାଲ, ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ, ଓ ସେଠାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଗାୟତ୍ରୀ ଚିରଦିନ ପାଇଁ ଆଖି ବୁଜିଦେଇଛନ୍ତି। ଗାୟତ୍ରୀ ସୁରମଣି ଗ୍ରାମର ରାମ ଚନ୍ଦ୍ର ମହାରଣାଙ୍କୁ ବିବାହ କରିଥିବା ବେଳେ ତାଙ୍କର ୫ + ମାସର ଏକ ଶିଶୁ କନ୍ୟା ସନ୍ତାନ ଥିବା ବେଳେ ଅତ୍ୟନ୍ତ ଗରିବ ପରିବାରର ଅଟନ୍ତି। ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ମୋଟାବାଡ଼ି ସମିତି ସଭ୍ୟାଙ୍କ ସ୍ୱାମୀ ତଥା ସମାଜସେବୀ ସୁନୀଲ କୁମାର ପ୍ରଧାନ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ