ବସ ଧକ୍କାରେ ଅଣ୍ଡିରା କୃଷ୍ଣସାର ଆହତ

ବୁଗୁଡା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ଗୌରବ ହେଉଛି ବନ୍ୟପ୍ରାଣୀ କୃଷ୍ଣସାର ମୃଗ। ଏହି ବିରଳ କୃଷ୍ଣସାର ମୃଗର ସୁରକ୍ଷା ପାଇଁ ବୁଗୁଡା ବନ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ଅବଦାନ ଅତୁଳନୀୟ। ଯାହା ଫଳରେ ବୁଗୁଡା ବନାଞ୍ଚଳରେ କୃଷ୍ଣସାର ମୃଗ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। କୃଷ୍ଣସାର ବିତରଣ ସ୍ଥାନ ଗୁଡିକ ରେ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ସ୍ଵତ୍ତ୍ବେ ବୁଗୁଡା-ଆସିକା ରାଜ୍ୟ ରାଜପଥରେ ଦ୍ରୁତ ଗାଡି ଚାଳନା ଯୋଗୁଁ ବହୁ ସମୟରେ ବିରଳ କୃଷ୍ଣସାର ମୃଗ ଆହତ ଓ ନିହତ ହେଉଛନ୍ତି। ଫେବୃୟାରୀ ୧୩ ତାରିଖ ସକାଳେ ବୁଗୁଡା ନିକଟସ୍ଥ ଖୋଳଖାଳି ଗ୍ରାମର ବାଙ୍କେଶ୍ୱରୀ ମନ୍ଦିର ଠାରୁ ଅଳ୍ପ ଦୂରରେ ଏକ ଅଣ୍ଡିରା କୃଷ୍ଣସାର ମୃଗ ବୁଗୁଡା – ଆସିକା ରାସ୍ତା ଅତିକ୍ରମ କଲାବେଳେ ଏକ ବସ ଧକ୍କା ଦେବା ଫଳରେ ରାସ୍ତା କଡ଼କୁ ଛିଟିକି ପଡି ଆହତ ହୋଇଥିଲା। ସେହି ସମୟରେ ଖୋଳଖାଳି ପାଞ୍ଚାୟତ ସମିତି ସଭ୍ୟ ବିବେକାନନ୍ଦ ବାରିକ ବାଙ୍କେଶ୍ୱରୀ ମନ୍ଦିର ନିକଟରେ ଥିବା ଯୋଗୁଁ ସାଙ୍ଗେ ସାଙ୍ଗେ ଆହତ ଅଣ୍ଡିରା କୃଷ୍ଣସାର ମୃଗକୁ ପାଣିଦେବା ସହ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ବୃନ୍ଦ ଆହତ କୃଷ୍ଣସାର ମୃଗକୁ ବୁଗୁଡା ପ୍ରାଣୀଧନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ରଖିଥିବା ବେଳେ ସୁସ୍ଥ ହେଲେ ଛଡ଼ାଯିବ ବୋଲି ବନପାଳ ଅଭିରାମ ଖିଲ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ