ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ଯ ଏହା ଦେଖିବାକୁ ମିଳିଛି। ସେଥି ପାଇଁ ଜିଲ୍ଲାରେ ଥିବା ତିନି ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ ରହିଥିବା ଅଫିସର ମାନଙ୍କ ତାଲିକା ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ବାଲିଗୁଡ଼ା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ପ୍ରଥମେ ତହସିଲଦାର ଭାବେ ଦୁଇ ବର୍ଷରୁ ଅଧିକ ରହିଥିବା ବେଳେ ଏବେ ବିଡ଼ିଓ ଭାବେ ରହିଛନ୍ତି ସେହିପରି ଶରତ ଚନ୍ଦ୍ର ପାତ୍ର କ. ନୂଆଗାଁ ବିଡ଼ିଓ ଭାବେ ରହିବା ପରେ ଏବେ ରାଇକିଆ ବିଡ଼ିଓ ଭାବେ, ଏମ.ଅନୁରାଧା ତୁମୁଡ଼ିବନ୍ଧ ତହସିଲଦାର ଭାବେ ରହିବା ପରେ ଏବେ ଫିରିଙ୍ଗିଆ ତହସିଲଦାର , ରଶ୍ମୀ ରଞ୍ଜନ ମହନ୍ତ ପ୍ରଥମେ ରାଇକିଆ ବିଡ଼ିଓ, ପରେ ଫିରିଙ୍ଗିଆ ତହସିଲଦାର ଓ ବର୍ତ୍ତମାନ ଫିରିଙ୍ଗିଆ ବିଡ଼ିଓ ଭାବେ,ପ୍ରବୀଣ କୁମାର ବଣୁଆ ପ୍ରଥମେ ରାଇକିଆ ବିଡ଼ିଓ ଓ ପରେ ଫୁଲବାଣୀ ବିଡ଼ିଓ ଭାବେ ରହିଥିବା ବେଳେ ଜିଲ୍ଲାରେ ତିନି ବର୍ଷ ଓ ଏହା ଠାରୁ ଅଧିକ ଦିନ ହେଲା ଜିଲ୍ଲାରେ ରହିଛନ୍ତି। ଏଣୁ ଏମାନେ ଜିଲ୍ଲାରୁ ବିଦା ହେବା ସୁନିଶ୍ଚିତ। ଜିଲ୍ଲା ମଧ୍ୟ ରେ ରହିଥିବା ବିଭିନ୍ନ ବ୍ଲକର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ , କିରାଣୀ ଓ ବିଭିନ୍ନ ଅଧିକାରୀ ମାନଙ୍କୁ ମଧ୍ଯ ଜିଲ୍ଲା ମଧ୍ୟରେ ବିଭିନ୍ନ ବ୍ଲକ କୁ ପରିବର୍ତ୍ତନ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏହି ସ୍ଥାନରେ କିଭଳି ଭଲ ଅଫିସର ଜିଲ୍ଲାକୁ ଆସିବେ ସେଥିପାଇଁ ନେତା ମାନେ ଚିନ୍ତା ରେ ଥିବା ଜଣାପଡିଛି ।ଆଗୁଆ ନିର୍ବାଚନ ଗନ୍ଧ ବାରି ହୋଇଯାଇ ଥିବାରୁ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ନାମ ପଞ୍ଜିକରଣ,ନିର୍ବାଚନ ପରିଚାଳନା ପାଇଁ ତାଲିମ ପ୍ରଦାନ ଆଦି କାର୍ଯ୍ୟ ଅଳ୍ପେ ବହୁତ ଆରମ୍ଭ ହୋଇଗଲାଣି । ବିଭିନ୍ନ ରାଜନୈତିକ ଦଳ ମାନେ ମଧ୍ୟ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବୁଥ ସ୍ତରରେ ନିଜ କର୍ମୀ ମାନଙ୍କୁ କିଭଳି ନିଜ ନିଜ ଦଳ ର ଆଭିମୁଖ୍ୟ ଭୋଟର ମାନଙ୍କୁ ଜଣାଇବାକୁ କୁହାଯାଉଛି । ତେବେ କନ୍ଧମାଳ ଜିଲ୍ଲାରେ କିଭଳି ଶାନ୍ତି ଶୃଙ୍ଖଳା ଓ ଅବାଧ ନିରପେକ୍ଷ ନିର୍ବାଚନ ହେବ ସେଥି ପାଇଁ ଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ