ଆଗେ ଆଗେ ସଲମାନ୍, ପଛେ ପଛେ ବୁଲା କୁକୁର
ମୁମ୍ବାଇ: ଗତକାଲି ମୁମ୍ବାଇରେ ଆଇଫା ଆୱାର୍ଡସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଥିଲା । ଏଥିରେ ବଲିଉଡର ବହୁ ସେଲେବ୍ରିଟି ଯୋଗ ଦେଇଥିଲେ । ତେବେ ଏହି ପୁରସ୍କାର ବିତରଣ ଉତ୍ସବରେ ଏକ କୌତୁକିଆ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି । ଉତ୍ସବରେ ଦବଙ୍ଗ୍ ଷ୍ଟାର୍ ସଲମାନ୍ ଖାନ୍ ତାଙ୍କର ନିଆରା ଷ୍ଟାଇଲରେ ଏଣ୍ଟ୍ରି କରିଥିଲେ । କିନ୍ତୁ ଯେମିତି ସେ ଉତ୍ସବ ପରିସରରେ ପ୍ରବେଶ କଲେ ତାଙ୍କ ପଛେ ପଛେ ଏକ ବୁଲା କୁକୁର ଭିତରେ ପଶି ଯାଇଥିଲା । ଆଉ ଏହି ଦୃଶ୍ୟ ଏବେ ଇଣ୍ଟରନେଟରେ ଛାଇ ଯାଇଛି । ଆପଣ ବି ଭିଡିଓଟିକୁ ଦେଖିଲେ ନ ହସି ରହି ପାରିବେ ନାହିଁ । ଗତକାଲି ଏହି ପୁରସ୍କାର ଉତ୍ସବରେ ସଲମାନ୍୍ ଧମାଲ୍ କରିଥିଲେ । ଷ୍ଟେଜରେ ତାଙ୍କ ନାଚର ଜଲୱା ଦେଖିବାକୁ ମିଳିଥିଲା । ଆଗକୁ ସଲମାନ୍ଙ୍କ “କିକ୍ ୨’ ଓ “ଦବଙ୍ଗ୍ ୩’ ଫିଲ୍ମ ଆସୁଛି ।


