ବାପା ଚାଲିଯିବା ପରେ ବଦଳି ଯାଇଥିଲା ଜିନାଙ୍କ ଜୀବନ

ଭୁବନେଶ୍ୱର : ଦୀର୍ଘ ୧୬ ବର୍ଷ ହେଲେ ଅଭିନୟ ଜଗତରେ ଅଛନ୍ତି ଜିନା ସାମଲ । ଦଶମ ଶ୍ରେଣୀରେ ପଢ଼ିଲା ବେଳେ ପ୍ରଥମ ଆଲବମ୍ ପାଇଁ ଅଫର୍ ପାଇଥିଲେ । ଆଲବମ ନାଁ ଥିଲା “ବର୍ଷା ପଡ଼ିଲାଣି କଲେଜ୍ ଖୋଲିଲାଣି’? ଏହି ଆଲବମ୍ଟି ବହୁତ୍ ହିଟ୍ ହାଇଥିଲା । ଡେବ୍ୟୁ ଆଲବମରେ ସଫଳତା ପାଇବା ପରେ ତାଙ୍କୁ ଗାଟେ ପରେ ଗାଟେ ଆଲବମ୍ ମିଳି ଚାଲିଲା । କେବଳ ଆଲବମ୍ ନୁହେଁ, ଜିନାଙ୍କୁ ସିରିଏଲ୍ ମଧ୍ୟ ମିଳିଥିଲା ।  “ଅପା’ ସିରିଏଲରେ କାମ କରୁଥିବା ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହାଇଥିଲା । ଆଉ ବଦଳି ଯାଇଥିଲା ତାଙ୍କ ଜୀବନର ମୋଡ଼ । ତାଙ୍କ ବାପା ଶିକ୍ଷକ ଥିଲେ । ଜିନାଙ୍କ ବ୍ୟତୀତ ଘରେ ତାଙ୍କ ମା’ ଓ ଭାଇ ଥିଲେ । ତାଙ୍କ ବଡ଼ ଭଉଣୀ ସେତେବେଳକୁ ବାହା ହୋଇ ସାରିଥିଲେ । ତାଙ୍କ ଭାଇ ଇଞ୍ଜିନିୟରିଂ ପଢ଼ା ସାରି ବେଙ୍ଗାଲୁରୁରେ କାମ କରୁଥିଲେ । ତେବେ ବାପାଙ୍କ ମୃତ୍ୟୁ ପରେ ସେ ଚାକିରି ଛାଡ଼ି ଘରକୁ ଚାଲି ଆସିଥିଲେ । ସେହିପରି ତାଙ୍କ ମା’ଙ୍କୁ ପାଖାପାଖି ବର୍ଷେ ପରେ ପେନସନ୍ ମିଳିଥିଲା । ସେଥିପାଇଁ ସେ ସମୟରେ ପ୍ରଯୋଜକ ମାନଙ୍କ ସହ କଥା ହାଇ ଜିନା ଅଧିକରୁ ଅଧିକ ସିରିଏଲ୍ କରିବା ପାଇଁ ଚେଷ୍ଟା କରୁଥିଲେ । ଦିନ ରାତି ସେ କେବଳ କାମରେ ବିତାଇ ଦେଉଥିଲେ । କାରଣ ତାଙ୍କ ପରିବାର ତାଙ୍କ ରୋଜଗାର ଉପରେ ନିର୍ଭର କରୁଥିଲା । ତାଙ୍କ ମା’ ଓ ଭାଇଙ୍କର ଯେମିତି କିଛି ଅସୁବିଧା ନହୁଏ, ସେଥିପାଇଁ ଜିନା ଲଗାତାର ଭାବେ କାମ କରୁଥିଲେ । ତେବେ ଏହା ତାଙ୍କୁ ପରିଶ୍ରମୀ ହେବା ଶିଖାଇଥିଲା । ସେ ନିଜେ କହନ୍ତି, ଯଦି ପରିବାର ଚଳାଇବା ଦାୟିତ୍ୱ ମୁଣ୍ଡରେ ନଥା’ନ୍ତା, ତା’ହେଲେ ହୁଏତ ଆଜି ସେ ଏତେ ଦୂର ପର୍ଯ୍ୟନ୍ତ ଆସିପାରି ନଥା’ନ୍ତେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ