ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ବୈଠକ ଓ ଦାବୀ ପତ୍ର

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଶିବ ମନ୍ଦିର ନିକଟରେ ଗଜପତି ଜିଲ୍ଲାଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ଜିଲ୍ଲାରେ ବାରମ୍ବାର ଆଦିବାସୀ ହିନ୍ଦୁ ମାନଙ୍କୁ ଜମି ଯୁମା ବିବାଦକୁ ନେଇ ଆକ୍ରମଣ ହେଉଛି କିନ୍ତୁ ଦୋଷୀ ଦଣ୍ଡ ପାଉନି କି ଜମି ଚିହ୍ନଟ ହୋଇପାରିନି ଏଵଂ ହିନ୍ଦୁ ଆଦିବାସୀଙ୍କ ଜମିକୁ ଖ୍ରୀଷ୍ଟିଆନ ଧର୍ମର ଲୋକେ ଅତ୍ୟାଚାର କରୁଛନ୍ତି ଯାହାକି ଗତ ୫ତାରିଖରେ ବାହାଡ଼ାପଦା ଗ୍ରାମରେ କିଛି ମହିଳା ଓ ପୁରୁଷ ଜମିରେ ଚାଷ ପାଇଁ ଗଛ ସଫା କରିବା ବେଳେ ବିଜାପୁରୁ ଗ୍ରାମର ଖ୍ରୀଷ୍ଟିଆନ ମାନେ ଆକ୍ରମଣ କରିଥଲେ ଯେଉଁଥିରେ ମହିଳା ପୁରୁଷ ଆକ୍ରମଣର ଶିକାର ହୋଈ ବ୍ରହ୍ମପୁର ମେଡିକାଲରେ ଚିକିତ୍ସ ହେଉଛନ୍ତି ସେଇ ପରି ଜିଲ୍ଲାରେ ରାମଗିରି ହାଟ ପଦା ଜମି ଦଖଲ, ନିଳକୁଟି ଓ ଡମ୍ଭଗୁଡା, ସହିଲଙ୍ଗ ଜମି ଉପରେ ପି ସହିଲଙ୍ଗ, ଚାନ୍ଦିପୁଟ ଠାକୁରାଣୀ ମନ୍ଦିର ଜମି ଉପରେ ଜବର ଦଖଲ, ଏହି ଭୋଳି ୧୦ଦଫା ଦାବୀ ଲିଖିତ ଅଭିଯୋଗ ଜିଲ୍ଲା ପାଳ ଓ ଏସପିଙ୍କୁ ଫାଣ୍ଡି ଅଧିକାରୀଙ୍କ ଜରିଆରେ ଦେଇଛନ୍ତି ଏଥିସହ ଦାବୀପତ୍ରର ନକଲ ରାଜ୍ୟ ପାଳ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଛି ଏଭାଳି ବିଭିନ୍ନ ଦାବୀକୁ ନେଇ ଅନୁଷଠିତ ବୈଠକରେ ୩୯ଟି ପଂଚାୟତର ଆଦିବାସୀ ହିନ୍ଦୁ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ଉକ୍ତ ଦାବୀ ଗୁଡ଼ିକ ତୁରନ୍ତ ସମାଧାନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ତରଫରୁ ଜଣାଇଛନ୍ତି ନଚେତ୍ ଆଗାମୀ ଦିନରେ ବିରାଟ ଜନ ସମାବେଶ କରାଯିବ ବୋଲି ବୈଠକରେ ଆଲାଚନ ନିଷ୍ପତି ନିଆଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ