ଆତଙ୍କୀକ ବାର୍ତ୍ତାଳାପର ଅଡିଓ ଟେପ୍ : ୨ ଦିନରେ ପହଞ୍ଚିବୁ
ଜମ୍ମୁ: ଦେଶରେ ଆତଙ୍କବାଦର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଜମ୍ମୁ ସହରରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ବଡ ଧରଣର ହମଲା ହେବାର ଆଶଙ୍କା କରାଯାଉଛି । ଜୈଶ ଏମହମ୍ମଦର ୩ ଜଣିଆ ଦଳ ଛକି ରହିଥିବା ଜଣାପଡିଛି । ସେମାନେ ଦୁଇ ଦିନରୁ ତିନି ଦିନ ମଧ୍ୟରେ ଆକ୍ରମଣ କରିପାରନ୍ତି । ଆତଙ୍କୀକ ନଜରରେ ଜମ୍ମୁର ବିମାନ ବନ୍ଦର ଓ ଏୟାର ଷ୍ଟେସନ ରହିଛି । ମିଳିଥିବା ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ସୀମାନ୍ତ ନିକଟରେ ତିନି ଜଣ ଆତଙ୍କବାଦୀଙ୍କ ବାର୍ତ୍ତାଳାପ ରେକର୍ଡ କରାଯାଇଛି। ଆମେ ପହଞ୍ଚି ଯାଉଛୁ, ଆଉ ଦୁଇ ତିନି ଦିନ ମଧ୍ୟରେ ଠିକଣା ସ୍ଥାନରେ ପହଞ୍ଚି ଯିବୁ। ମକୱାଲ ସୀମାନ୍ତ ଜମ୍ମୁଠାରୁ ମାତ୍ର ୬ରୁ ୭କିମି ଦୂର ରହିଛି। ବିମାନବନ୍ଦର, ଏୟାର ଫୋର୍ସ ଷ୍ଟେସନ, ସେନାଙ୍କ ହସ୍ପିଟାଲ ଏବଂ ସେନା କ୍ୟାମ୍ପ ମାତ୍ର ୩ରୁ ୪ କିମି ମଧ୍ୟରେ ରହିଛି। ମକୱାଲ ସୀମାନ୍ତକୁ ଲାଗି ନିକ୍କି ତବୀ ଅଞ୍ଚଳ ରହିଛି। ଯାହା ପାକିସ୍ତାନ ସହ ମିଶି ରହିଛି ।


