ପିତାଙ୍କ ଏକାଦଶାହରେ ପାଠ୍ୟ ଉପକରଣ ବଣ୍ଟନ

ଭୁବନେଶ୍ୱର, : ଜୟଦେବ ନିର୍ବାଚନ ମଣ୍ଡଳୀର ସମାଜସେବୀ ରଞ୍ଜନ କୁମାର ମହାପାତ୍ରଙ୍କ ପିତା ୰ ରବିନ୍‌କାନ୍ତ ମହାପାତ୍ର ହୃଦ୍‌ଘାତରେ କ୍ୟାପିଟାଲ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ରବିନକାନ୍ତଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ର, ବାଲିଅନ୍ତା ବ୍ଲକ ବିଜୁ ଜନତା ଦଳର ସଭାପତି ଅଚ୍ୟୁତାନନ୍ଦ ପାତ୍ର, ଯୁବନେତା ଲକ୍ଷ୍ମଣ ପଟ୍ଟନାୟକ, ଦୁର୍ଗାନନ୍ଦନ ମିଶ୍ର, ଶିକ୍ଷାବିତ୍ ଡ. ରଜନୀ ରଞ୍ଜନ, ବିଧୁଭୂଷଣ ପଟ୍ଟନାୟକ, ପ୍ରମୋଦ ପାଢୀ, ନାରାୟଣ ବେହେରା ଏବଂ ପ୍ରକୃତିମିତ୍ର ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ‘ସ୍ମୃତିରେ ରବିନ୍‌କାନ୍ତ’ ନାମକ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହା ସହିତ ରଞ୍ଜନ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଆଶା କିରଣ ଅନାଥ ଆଶ୍ରମର କୁନି କୁନି ପିଲାମାନଙ୍କୁ ସ୍କୁଲ୍ ବ୍ୟାଗ, ଖାତା, କଲମ ଇତ୍ୟାଦି ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ସ୍ମୃତିସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ