ଆଦର୍ଶ ଶିକ୍ଷକଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା) : ପୁରୁଣା ବାଲେଶ୍ୱର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ନିତ୍ୟାନନ୍ଦ ନାୟକଙ୍କ ଏକାଦଶାହରେ ସାମାଜିକ ସଙ୍ଗଠନ ‘ଆମେ କେତେଜଣ’ ପକ୍ଷରୁୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପରମିଟ ଘାଟରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ମଧୁସୂଦନ ମାଝୀଅଧ୍ୟକ୍ଷତା କରିଥିଲେ । ଆଇନଜୀବୀ ସେଖ୍ ଅବଦୁଲ୍ ରଫିକ, ଶିକ୍ଷକନେତା ପୀତାମ୍ବର ମିଶ୍ର ଓ ଅରୁଣ ପାତ୍ର, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ଆଲୋକ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଜଣେ ଛାତ୍ରବତ୍ସଳ ତଥା ଆଦର୍ଶ ଶିକ୍ଷକ ଭାବେ ସ୍ୱର୍ଗତ ନାୟକଙ୍କଠାରୁ ପାଠପଢ଼ି ବହୁ ଛାତ୍ରଛାତ୍ରୀ ସଫଳତାର ଶୀର୍ଷରେପହଞ୍ଚି ପାରିଛନ୍ତି ବୋଲି ବକ୍ତାମାନେ କହିଥିଲେ । ତାଙ୍କର ବିୟୋଗ ପୁରୁଣାବାଲେଶ୍ୱର ସମେତ ଆଖପାଖ ଅଞ୍ଚଳ ପାଇଁ ବଡ଼ କ୍ଷତି ହୋଇଛି ବୋଲି ବକ୍ତାମାନେ କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ସମସ୍ତେ ନିରବ ପ୍ରାର୍ଥନା କରି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଇଥିଲେ । ଯତୀନ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


