ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀଙ୍କ ୨୪ଟି ପ୍ଲାଷ୍ଟିକ ସିଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଟିପିସିଓଡିଏଲ ଇନ୍ଦୁପୁର ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଖରୁ ୨୪ଟି ଧଳା ପ୍ଲାଷ୍ଟିକ ସିଲ କେଉଁଠି ହଜି ଯାଇଛି । ଏସମ୍ପର୍କରେ ନିକିରାଇ ଥାନାରେ ଇନ୍ଦୁପୁର ଟିପିସିଓଡିଏଲ ସେକ୍ସନ ପକ୍ଷରୁ ସହକାରୀ ପରିଚାଳକ(ବିଦ୍ୟୁତ) ପ୍ରଶାନ୍ତ ବେହେରା ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାଇ ଚଳିତମାସ ୧୮ତାରିଖ ସକାଳେ ନିକିରାଇ ଗ୍ରାମରେ ଟିପିସିଓଡିଏଲର ଏକ ଏମ.ଆର.ଟି. ଯାଞ୍ଚସମୟରେ କର୍ମଚାରୀଙ୍କ ନିକଟରୁ ୨୪ଟି ପ୍ଲାଷ୍ଟିକ ସିଲ କେଉଁଠି ହଜିଯାଇଛି । ତେଣୁ ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ସହକାରୀ ପରିଚାଳକ ଶ୍ରୀ ବେହେରା ନିକିରାଇ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।


