ଆଦର୍ଶ ଶିକ୍ଷକ ପ୍ରଦିପ ପରିଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ।ନ୍ତର୍ଗତ ସାନମାଣିତିଆ ପଞ୍ଚାୟତର ଜରିଆବାଡସ୍ଥିତ ବଜ୍ରମହାକାଳୀ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପ୍ରଦିପ କୁମାର ପରିଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି, ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳ ଉଦଘାଟକ, ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘ(ଓଷ୍ଟା) ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ମୁଖ୍ୟବକ୍ତା, ଓଷ୍ଟାର ଅନ୍ୟତମ ରାଜ୍ୟ ସମ୍ପାଦକ ମଧୁସୁଦନ ଦେ, ଜିଲ୍ଲା ଓଷ୍ଟା ସମ୍ପାଦକ ନିର୍ମଳ କୁମାର ନାୟକ, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ତପନ କୁମାର ସିଂ, ଉପଦେଷ୍ଟା ତ୍ରୈଲୋକ୍ୟ ପ୍ରସାଦ ସ୍ୱାଇଁ, ମହାକାଳପଡା ବିକାଶ ମଞ୍ଚ ସଭାପତି ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟ, ଇନ୍ଦୁପୁର ହାଇସ୍କୁଲ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ରାଉତ, ତ୍ରିଲୋଚନ ଜେନା, ୟୁଟିଆ ସଙ୍ଘ ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ଜେନା, ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ କେଶବ ଚନ୍ଦ୍ର ବିଶ୍ୱାଳ, ଅକ୍ଷୟ କୁମାର ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ପରିଡା ଜଣେ ଛାତ୍ରବତ୍ସଳ, ସମୟାନୁବର୍ତ୍ତୀ, କର୍ତ୍ତବ୍ୟନିଷ୍ଠ ଆଦର୍ଶ ଶିକ୍ଷକ ରୂପେ ଇଂରାଜୀ ଓ ସାହିତ୍ୟ ଶିକ୍ଷା ଦାନ କରି ହଜାର ହଜାର ଛାତ୍ରଛାତ୍ରୀମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ନେତା ପ୍ରଣବ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ଓ ଶିକ୍ଷକ ବିଜୟ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକର ସମ୍ପାଦକ ଓ ଓଷ୍ଟା ନେତୃମଣ୍ଡଳୀ ଅରବିନ୍ଦ ନାୟକ, ରମେଶ ଚନ୍ଦ୍ର ସାହୁ, ପର୍ଶୁରାମ ସ୍ୱାଇଁ, ଅଲେଖ ଚନ୍ଦ୍ର ମହାନ୍ତି, ନାରାୟଣ ପଣ୍ଡା, ନିତ୍ୟାନନ୍ଦ ପାଣି, ଚିତ୍ତରଞ୍ଜନ କବି, ଜିଲ୍ଲା ଶିକ୍ଷା ବିଭାଗର ବରିଷ୍ଠ କର୍ମଚାରୀ , ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ,ଶିକ୍ଷିକାମାନେ ଶିକ୍ଷକ ଶ୍ରୀ ପରିଡାଙ୍କ ଗୁଣଗାନ କରିଥିଲେ । ସୈାମେନ୍ଦ୍ର କୁମାର ପରିଡା, ବବିତା ରାଉତ, ପରୀକ୍ଷିତ ସାମଲ,ଶ୍ରୀଚରଣ ବାରିକ, କୁଳମଣୀ ମଲିକ, ସୈାଭାଗିନୀ ରଥ, ସୁଶିଲ କୁମାର ସେନ, ରମାକାନ୍ତ ସାହୁ, ସଦାନନ୍ଦ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ