ଆଦିବାସୀଙ୍କ ସଡ୍ରା ପର୍ବ ପାଳନ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କୋଇଲିଗୁଡା ଠାରେ ଆଦିବାସୀ ମାନେ ପୂର୍ବ ପୁରୁଷ ରୁ ସଡ୍ରା ପର୍ବ କରି ଆସୁଛନ୍ତି ।ଆଦିବାସୀ ମାନେ ମାଟି ଦେବତାକୁ ପ୍ରଥମ କରି ବିଲରେ ଚାଷ କରିବା ପାଇଁ ବିଲରେ ବିହନ ବୁଣିବା ପାଇଁ ମାଟି ଦେବାତାକୁ ପୂଜା କରନ୍ତି।ତାପରେ ସଡ୍ରା ପର୍ବ ୩ ଦିନ ଧରି ନିସ୍ତାର ସହ ଉପବାସ ରହି ପାଳନ କରିଥାନ୍ତି । ଗାଁରେ ଆମିଷ ଭୋଜନ ପୁରା ପୁରୀ ନିଷେଧ କରନ୍ତି ଏହି ୫ ଦିନ ପାଇଁ ଓ  ଗ୍ରାମଦେବତୀ, ଠାକୁରାଣୀ ଙ୍କୁ ପୂଜା କରନ୍ତି ।ଆଦିବାସୀ ମାନେ ଭଲ ଫସଲ ଅମଳ ହେବାସହ  ,ଗାଁରେ ଗୃହପାଳିତ ପଶୁ ଯଥା ଗୋରୁ ଗାଈ ଛେଳି ଓ ଗ୍ରାମବାସୀଙ୍କ ଦେହ ଆରୋଗ୍ୟ  ରହିବ ବୋଲି ଆଦିବାସୀ ମାନେ ବିଶ୍ବାସ କରି ଆସିଛିନ୍ତି। ଆଖ ପାଖପୋଡ଼ଶି ଗାଁହେଲା ଅଡ଼ବା, ଅଞଳି,କନ୍ଧପାଣିଗଣ୍ଡା,ଡମ୍ବଗୁଡା,ପଦାଗାଁ,ଦମାଦୁଆ ବହୁ ଲୋକେ ଆସି ସଡ୍ରା ପର୍ବରେ ସାମିଲି ହୁଅନ୍ତି ,ପର୍ବରେ ସନ୍ଧ୍ୟା ଓ ସକାଳରେ ପାରମ୍ପରିକ ବାଜା ତାଳ ତାଳରେ ନାଚଗୀତ କରନ୍ତି ଝିଅ ଓ ପୁଅ ବେଶ ବୁସା ପୋଷାକ ପିନ୍ଧି ବନ୍ଧୁ ବାନ୍ଧବ ଆସନ୍ତି। ନାନାଦି ପ୍ରକାର ପିଠା ପଣା କରି ସଡ୍ରା ପର୍ବ ପାନନ କରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ