ଫସଲ ବୀମା ପୈଠ କରିଥିବା ଚାଷୀଙ୍କ ଫସଲ କ୍ଷୟକ୍ଷତିର ସହାୟକ ପ୍ରଦାନ ନିମନ୍ତେ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା) :-ଫସଲ ବୀମା ପୈଠ କରିଥିବା ଚାଷୀଙ୍କ ଫସଲ କ୍ଷୟକ୍ଷତିର ସହାୟକ ପ୍ରଦାନ କରିବା ନିମନ୍ତେ ବୁଧବାର ହୁମ୍ମା ପଂଚାୟତର ହୁମ୍ମା, ବୋରିଗାଁ, କିଆଝର ଓ ବଡ ଗୋପାଳପୁର ମୌଜାର ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଛନ୍ତି । ଗତ ୨୦୨୧ ମସିହା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଅଦିନିଆ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତରେ ଧାନ ଜମିରେ ପାଣି ଜମି ରହିବା ଯୋଗୁଁ ଚାଷୀକୂଳ ଆଦାୟ କରିଥିବା ସୁନାର ଧାନ ଫସଲ ପାଣିରେ ବୁଡି ପୋଚା ହୋଇଯାଇଥିଲା । ଯାହା ଫଳରେ ସେମାନେ ଧାନ କାଟି ଆଣି ପାରିଲେ ନାହିଁ । ଜରୁରି କାଳୀନ ଭିତ୍ତିରେ ସରକାରଙ୍କ କୃଷି ବିଭାଗ ଓ ରାଜସ୍ୱ ବିଭାଗର କର୍ମକର୍ତ୍ତା ମାନେ ଜମିକୁ ଆସି ସରଜମିନ ତଦନ୍ତ କରି ଫସଲ କ୍ଷତି ହୋଇଥିବାର ଆକଳନ ରିପୋର୍ଟ ତତ୍କାଳୀନ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ତତ୍କାଳୀନ ଜିଲ୍ଲାପାଳ ସେହି ପ୍ରକାରେ ବିଚାର କରି ଗଞ୍ଜାମ ଚାଷୀଙ୍କ ଫସଲ ୩୩ ପ୍ରତିଶତ କ୍ଷତି ହୋଇଥିବା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଦୁଃଖର ବିଷୟ ବୀମା କମ୍ପାନୀ ଚାଷୀଙ୍କ ଠାରୁ ବୀମା ଅର୍ଥ ଗ୍ରହଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ଫସଲ କ୍ଷତିର ବୀମା ସହାୟତା ପ୍ରଦାନ କରିନାହାନ୍ତି । ଏଣୁ ଏହି ବୀମା ସହାୟତା ତୁରନ୍ତ ପ୍ରଦାନ କରିବା ପାଇଁ ସେମାନେ ଏହି ସ୍ମାରକ ପତ୍ର ମାଧ୍ୟମରେ ଦାବି କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଶରତ ଚନ୍ଦ୍ର ପଟ୍ଟନାୟକ, ବାବୁ ପଲାଇ, ଗାନ୍ଧି ମାଳ, କାଙ୍ଗାଳି ମାଳ, ପ୍ରଭାସିନୀ ମାଳି, ପ୍ରଫୁଲ୍ଲ କୁମାର ମାଳି, ମୁନା ପାଳି, ଶଶିଧର ପଲାଇ, ମାଧବ ସାହୁ, ରମେଶ ଗୌଡ, ସମିର ପରିଡା, ବିଜୟ କୁମାର ମାଳି, ଆକାଶ କୁମାର ମାଳି, ଗଦାଧର ମାଳି, ଟଙ୍କଧର ମାଳି, ଗଦାଧର ମାଳି, ସୁବାସ ଚନ୍ଦ୍ର ଗୌଡ ଓ ଗୁଣ୍ଡିଚା ଗୌଡଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ