ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚର ବିଶାଳ ଶୋଭାଯାତ୍ରା ଓ ସମାବେଶ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ରା.ଉଦୟଗିରି ଠାରେ ବିଶାଳ ଶୋଭାଯାତ୍ରା ସହ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଥାନା ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମ ଠାରୁ ଆଦିବାସୀ ସୁରକ୍ଷା ମଞ୍ଚର ହଜାର ହଜାର ମହିଳା ପୁରୁଷମାନେ ପାରମ୍ପରିକ ଅସ୍ତ୍ର ଶାସ୍ତ୍ର ଓ ନୃତ୍ୟ ସହ ହାତରେ ଫ୍ଳାକାର୍ଡ ଧରି ଧର୍ମ ସଂସ୍କୃତି ଯଦି ଛାଡିବ, ଆଦିବାସୀ କୋଟା କାହୁଁ ପାଇବ, ଧର୍ମ ସଂସ୍କୃତି ପରମ୍ପରା, ଜନଜାତିଙ୍କ ମୁଖ୍ୟ ଧାରା, ସତ ଆଦିବାସୀ ପାଏ ଗୋଟିଏ ଲାଭ, ବିଧର୍ମୀ ପାଉଛି ଦୁଇଟି ଲାଭ ଏଭଳି ନାରାବାଜି କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ପହଞ୍ଚି ଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାରେ ମାର୍ଗ ଦର୍ଶକ ରାଘବ ନାୟକ ସଭାପତିତ୍ତ୍ଵ କରିଥିଲେ । ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀକାନ୍ତ ଦାଶ, ମୁଖ୍ୟବକ୍ତା ଚିତରଞ୍ଜନ ପଣ୍ଡା ଓ ସମ୍ମାନୀତ ଅତିଥି ଭାବେ ନୀଳମାଧବ ନାୟକ, ଝାମ୍ପୁରା ରାଇତ, ଅଶୋକ ରଣଜିତ, ଜୁରିଆ ଜାନୀ, ନାରାୟଣ ରଇତ , ବିଜୟ ମଳିକ ଯୋଗ ଦେଇ ଆଦିବାସୀ ଜନଜାତିଙ୍କ ଧର୍ମାନ୍ତରୀକରଣକୁ ବିରୋଧ କରିବା ସହ ଆଦିବାସୀ ଜନଜାତିମାନେ ଖ୍ରୀଷ୍ଠ ଧର୍ମରେ ଧର୍ମାନ୍ତରିତ ହେବା ପରେ ସରକାରଙ୍କ ତରଫରୁ ବିଭିନ୍ନ ସଂରକ୍ଷଣ ସୁବିଧା ପାଉଛନ୍ତି । ତେଣୁ ଧର୍ମାନ୍ତରୀତ ଆଦିବାସୀ ଜନ ଜାତିମାନଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦେବା ଓ ପ୍ରକୃତ ଜନଜାତିର ଲୋକମାନଙ୍କ ବିଭିନ୍ନ ସରକାରୀ ସୁବିଧାକୁ ଅବୈଧ ଆଦିବାସୀ ମାନେ ଲୁଣ୍ଠନ କରୁଛନ୍ତି ସେମାନଙ୍କୁ ଜନଜାତି ତାଲିକାରୁ ବାଦ ଦେବାକୁ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ