ଆଧୁନିକ ମେସିନ୍ ସାହାର୍ଯ୍ୟରେ ଗଛ ଗୁଡିକୁ ସ୍ଥାନାନ୍ତରିତ ପାଇଁ ମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଜୁନ୍ ୫ତାରିଖ କୁ ପାଳନ କରାଯିବ ବିଶ୍ୱ ପରିବେଶ ଦିବସ । ସମାଜ ପାଇଁ ବୃକ୍ଷଲତାର ଅବଦାନକୁ ନେଇ ହେବ ନାନା ପ୍ରକାର ସଚେତନତା ସଭା ଓ ସମାବେଶ । କିନ୍ତୁ ବାସ୍ତବରେ ସମାଜ ପାଇଁ ଅପରିହାର୍ଯ୍ୟ ଜଙ୍ଗଲ ଏବେ ସଙ୍କୁଚିତ ହେବାରେ ଲାଗିଛି । ବଢୁଥିବା ଜନସଂଖ୍ୟା ଓ ସେମାନଙ୍କର ବିଳାସ ପାଇଁ ବଳି ପଡୁଛି ସବୁଜିମା । କୋଠା, ସଡ଼କ, ଶିଳ୍ପ ଓ ରେଳପଥର ବିସ୍ତାର ପାଇଁ ଉଜୁଡ଼ି ଯାଉଛି ସବୁଜିମା । ଏହାର ଆଉ ଏକ ସଦ୍ୟତମ ଘଟଣା ହେଉଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଛତାବର ରାସ୍ତାର ସମ୍ପ୍ରସାରଣ । ପାଣିଓରାରୁ ଚନ୍ଦକା ମଧ୍ୟରେ ରାସ୍ତା ସମ୍ପ୍ରସାରଣ ପାଇଁ ହଜାରରୁ ଉଦ୍ଧ୍ୱର୍ ଆମ୍ବ ଗଛ ବଳି ପଡ଼ିବ । ଶହ ଶହ ବର୍ଷର ପୁରୁଣା ଏହି ଆମ୍ବ ଗଛ । କୁହାଯାଉଛି ଏହା କୁଆଡ଼େ ଶେର୍ଶାହାଙ୍କ ଅମଳରୁ ରୋପିତ ହୋଇଥିଲା । ଫଳ, ଛାଇ, ଶୀତଳତା ଓ ମନୋରଞ୍ଜନ କରାଉଥିବା ଇତିହାସର ମୂକସାକ୍ଷୀ ଏହି ପୁରୁଣା ଆମ୍ବଗଛ ଗୁଡ଼ିକୁ କାଟିନେବା ପାଇଁ ଏବେ ନିର୍ଦ୍ଦେଶ ଜାରି ହୋଇଛି । ଗଛଗୁଡ଼ିକୁ ଚିହ୍ନ ଦିଆଯାଇ ସାରିଛି । ଶହ ଶହ ବର୍ଷର ପୁରୁଣା ଏହି ଆମ୍ବଗଛଗୁଡ଼ିକୁ କାଟିଦେବା ପାଇଁ ଚିହ୍ନ ଦିଆଯିବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀ, ଅହମ୍ମଦାବାଦ, କେରଳ, ଚେନ୍ନାଇ ଓ ଉତ୍ତରାଖଣ୍ଡର ଅନେକ ପ୍ରକଳ୍ପରେ ବୃକ୍ଷକୁ ଛେଦନ କରାନଯାଇ ସ୍ଥାନାନ୍ତରୀକରଣ କରାଯାଉଥିବା ବେଳେ ସାମୁଦ୍ରିକ ପ୍ରାକୃତିକ ବିପର୍ଯ୍ୟୟର ରାଜଧାନୀ କୁହାଯାଉଥିବା ଓଡ଼ିଶାରେ ଅବି•ର ଭାବେ ବୃକ୍ଷ ଛେଦନକୁ ସରକାର ପ୍ରାଥମିକତା କାହିଁକି ଦେଉଛନ୍ତି ବୋଲି ବିଭିନ୍ନ ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠିଛି । ଜାତୀୟ ଯୁବ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ସୁଶାନ୍ତ ସାହୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପତ୍ର ଲେଖି ଛତାବର ସଡ଼କ ସମ୍ପ୍ରସାରଣ ପ୍ରକଳ୍ପରେ ବୃକ୍ଷମାନଙ୍କୁ ନ କାଟି ସ୍ଥାନାନ୍ତରଣ ପାଇଁ ଦାବି କରିଛନ୍ତି । ଓଡ଼ିଶା ଟ୍ରି ଟ୍ରାନ୍ସପ୍ଲାଣ୍ଟର ମେସିନ୍ କିଣି ଓ ଆଗାମୀ ଦିନରେ
ବୃକ୍ଷ ଛେଦନରୁ ନିବୃତ୍ତ ରହୁ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ