ଆଧ୍ଯାତ୍ମିକ ବାଦୀ ପ୍ରବଚକଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତ

ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଏକ କୃଷ୍ଣଦାସପୁର ପଞ୍ଚାୟତର ଚଷାପଡା (ସୁଧାଗଡ) ଗ୍ରାମର ଆଧ୍ଯାତ୍ମିକ ବାଦୀ ପ୍ରବଚକ ସ୍ବର୍ଗତ ବିଭୂତି ଭୂଷଣ ପରିଡାଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ସ୍ବର୍ଗତ ପରିଡାଙ୍କ ସାହସିକତା ପରୋପକାରିତା ଆଧ୍ୟାତ୍ମିକ ବାଦୀ ବିଷୟରେ ସ୍ମୃତି ଚାରଣ କରିଥିଲେ । ଅନ୍ଯତମ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବସ୍ତିଆ, ଶ୍ରୀଯୁକ୍ତ ବିବେକାନନ୍ଦ ବେହେରା, ହରେକୃଷ୍ଣ ଦାସ, ନିରଞ୍ଜନ ରାଉତ, ରବୀନ୍ଦ୍ର କୁମାର ସେଠୀ, ମହେନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପରିଡାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ଯ ପ୍ରଦାନ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ