ବୁଗୁଡା ବ୍ଲକ ଓ ଏନଏସି ଯୁବ ବିଜେଡି ସଭାପତି ମନୋନୀତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି ପାଇଁ ବିଜୁ ଯୁବ ଜନତା ଦଳ ର ସଭାପତି ମନୋନୀତ ହୋଇଯାଇଛି। ବୁଗୁଡା ବ୍ଲକ ବିଜୁ ଯୁବ ଜନତା ସଭାପତି ଭାବେ ଟୁକୁନା ଜେନା ମନୋନୀତ ହୋଇଥିବା ବେଳେ ବୁଗୁଡା ଏନଏସି ସଭାପତି ଭାବେ କେଶବ ସାହୁ ମନୋନୀତ ହୋଇଛନ୍ତି। ବ୍ଲକ ସଭାପତି ଶ୍ରୀ ଜେନା ଓ ଏନଏସି ସଭାପତି ଶ୍ରୀ ସାହୁ ଉଭୟେ ସଭାପତି ଭାବେ ନିଯୁକ୍ତି ପାଇଥିବା ଯୋଗୁଁ ପୋଲସରା ବିଧାୟକ ତଥା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ବ୍ୟମୋକେଶ ରାୟ ଓ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଭବାନୀ କାନ୍ତ ସାହୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ସୁଚାରୁଭାବେ ତୁଲାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍ତ ଲୋକାଭିମୁଖୀ ପଦକ୍ଷେପ ଜନସାଧାରଣ ନିକଟରେ ପହଞ୍ଚାଇବା ପାଇଁ ଆନ୍ତରିକ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ