ଦୂଷିତ ପାଣି ପିଉଛନ୍ତି ଜନସାଧାରଣ
ବୁଗୁଡା -ବୁଗୁଡା ବ୍ଲକ,ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ବାରି ସାହି ଓ ହରିଜନ ସାହିରେ ଦୁଇଟି ନଳକୂପ ନିର୍ମାଣ ପ୍ରାୟ ଦେଢ଼ ବର୍ଷ ହେଲା ଶେଷ ହୋଇଥିଲେ ମଧ୍ୟ ପ୍ଲାଟଫର୍ମ ନିର୍ମାଣ ହୋଇ ପାରିନାହିଁ। ଫଳରେ ନଳକୂପ ମୂଳରେ ପାଣିଜମି ଦୂଷିତ ପାଣି ପୁଣି ନଳକୂପ ଭିତରକୁ ଯାଉଛି । ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ସରକାରୀ ଯୋଜନା ହୋଇଥିବା ବେଳେ ଠିକାଦାର ପ୍ଲାଟଫର୍ମ ନିର୍ମାଣ କରୁନଥିବା ଯୋଗୁଁ ଜନସାଧାରଣ ଦୂଷିତ ପାଣି ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ପ୍ଲାଟଫର୍ମ ତୁରନ୍ତ ନିର୍ମାଣ ପାଇଁ ସାଧାରଣରେ ଦୃଢ଼ ଦାବୀ ହେଉଛି ।


