ଆପୋଲୋ ଡାଇଗ୍ନୋଷ୍ଟିକ ଅନୁବନ୍ଧିତ ‘ମଲିକ ଡାଇଗ୍ନୋଷ୍ଟିକ ସେଣ୍ଟର’ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ସାମ୍ପ୍ରତିକ ସ୍ଥିତିରେ ଉନ୍ନତ ଚିକିତ୍ସା ସେବା ପାଇଁ ସଠିକ ନିଦାନ (ଡାଇଗ୍ନୋଷ୍ଟିକ)ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆପୋଲୋ ଡାଇଗ୍ନୋଷ୍ଟିକର ଅନୁବନ୍ଧିତ ଶାଖା ‘ମଲିକ ଡାଇଗ୍ନୋଷ୍ଟିକ ସେଣ୍ଟର’ ବାଲେଶ୍ୱର ସହରରେ ଗୁରୁବାର ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସିନେମାଛକ ସିଦ୍ଧି ବିନାୟକ ମନ୍ଦିର ନିକଟସ୍ଥ ଏହି ଡାଇଗ୍ନୋଷ୍ଟିକ କେନ୍ଦ୍ରକୁ ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ମିଳିତ ଭାବେ ଉଦଘାଟନ କରିଥିଲେ । ବିଭିନ୍ନ ରୋଗର ସଠିକ ନିଦାନ ପାଇଁ ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ବାଲେଶ୍ୱରବାସୀଙ୍କ ନିମନ୍ତେ ବେଶ ଉପାଦେୟ ସାବ୍ୟସ୍ତ ହେବ ବୋଲି ଅତିଥି ଦ୍ୱୟ ଆଶା ପ୍ରକାଶ କରିଥିଲେ । ତେବେ ସମାଜର ସବୁବର୍ଗର ଲୋକଙ୍କ ସୁବିଧା ପାଇଁ ମୂଲ୍ୟ ଧାର୍ଯ୍ୟରେ କିଛିଟା ରିଆତି ପ୍ରଦାନ ନିମନ୍ତେ ସେମାନେ କେନ୍ଦ୍ରର କର୍ତ୍ତୃପକ୍ଷକୁ ପରାମର୍ଶ ଦେଇଥିଲେ । ‘ସମାଜ’ ଉତ୍ତର ଓଡ଼ିଶା ମୁଖ୍ୟ ମଧୁସୂଦନ ଦାସ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଜିଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ସମାଜ ବାଲେଶ୍ୱର ଡେକ୍ସ ଇନଚାର୍ଜ ଶଶିରଂଜନ ମଲିକ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, କାଉନସିଲର ଶେଖ ଆୟୁବ, ସମାଜସେବୀ ବିକ୍ରମ ପଣ୍ଡା, ସରୋଜ କୁମାର ଲେଙ୍କା, ମନୋଜ ରାଉତ, ଡିପିଏମ ଅନୀଲ କୁମାର ମହାନ୍ତି ପ୍ରମୁଖ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଏହା ସଠିକ ନିଦାନ କ୍ଷେତ୍ରରେ ଜିଲାବାସୀଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିଲେ । ଏହି ନିଦାନ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ମଲିକ ଏହେରାଜ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ଡାଇଗ୍ନୋଷ୍ଟିକ ପାଇଁ ଉପଲବ୍ଧ ସ୍ୱଳ୍ପ ମୂଲ୍ୟର ପ୍ୟାକେଜ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ସେଣ୍ଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ ଜେନା, ଭୁବନେଶ୍ୱର ଆପୋଲ ଡାଇଗ୍ନୋଷ୍ଟିକର ସେଲ୍ସ ଏକ୍ସଜ୍ୟୁକୁଟିଭ ସତ୍ୟମ କୁମାର ଶର୍ମା ଓ ଉପଦେଷ୍ଟା ମଲିକ ଜଲାଲ ପ୍ରମୁଖ ଏଥିରେ ଉପସ୍ଥିତ ରହି ଜନସାଧାରଣଙ୍କ ପାଇଁ ଉପଲବ୍ଧ ନିଦାନର ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ କେନ୍ଦ୍ରରେ ଆୟୋଜିତ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ରକ୍ତ, କଲୋଷ୍ଟଲ, ଡାଇବେଟିସ, ୪ଡି-ଇକୋ, ଅଲଟ୍ରାସାଉଣ୍ଡ ପ୍ରଭୃତି ପରୀକ୍ଷା ସହ ରିପୋର୍ଟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ