କେନ୍ଦ୍ରାପଡା ନବୀକୃତ ଜିଲ୍ଲା ସଂସ୍କୃତି ଭବନର ଲୋକାର୍ପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଜି କେନ୍ଦ୍ରାପଡା ଜିଲ୍ଲାର ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଛି । ଗୁରୁବାର ସନ୍ଧ୍ୟାରେ ନବୀକୃତ ଜିଲ୍ଲା ସଂସ୍କୃତି ଭବନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତି ମଳିକ, ଜିଲ୍ଲା ପରିଷଦ ଉପସଭାପତି ଅଶୋକ କୁମାର ପ୍ରତିହାରୀ ପ୍ରମୁଖ ଯୋଗଦେଇଥିଲେ । କଳା ସଂସ୍କୃତି ସମ୍ପନ୍ନ କେନ୍ଦ୍ରାପଡା ଜିଲ୍ଲାରେ ସଂସ୍କୃତି ଭବନର ଆବଶ୍ୟକତାକୁ ଅତିଥିମାନେ ଭୁରିଅସି ପ୍ରସଂଶା କରିବା ସହ ରାଜ୍ୟ ସରକାର ଏଥିପାଇଁ ଅନୁଦାନ ରାଶି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯୟକ୍ରମରେ ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ଜନପ୍ରତିନିଧି, କାଉନସିଲର, ଜିଲ୍ଲା ପରିଷଦର ସଦସ୍ୟ,ସଦସ୍ୟା, ବିଭାଗୀୟ ଅଧିକାରୀ, କଳାପ୍ରେମୀ ଜନସାଧାରଣ ଏହି ଉତ୍ସବରେ ଯୋଗଦେଇଥିଲେ । ସଂଯୋଜିକା ଜୟଶ୍ରୀ ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସ୍ତରୀୟ ସୁନାମଧନ୍ୟ କଣ୍ଟଶିଳ୍ପୀ ତଥା ପ୍ରଛଦପଟ ଗାୟିକା ଅସୀମା ପଣ୍ଡା ଓ ସାଥୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ