ଆମଗାଁ ଆମ ବିକାଶ ଯୋଜନା ଘର ନକରି ଅନୁଦାନ ଅର୍ଥ ହରିଲୁଟ ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ ) : ପଞ୍ଚୁଗୋଛିଆ ପଞ୍ଚାୟତ ବରେଶ୍ୱର ଗାଁରେ ଆମ ଗାଁ ଆମ ବିକାଶ ଯୋଜନାରେ ଏକ କମ୍ୟୁନିଟ ସେଣ୍ଟର ଅନୁଦାନ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗାଁର ଶିବ ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ପକ୍ଷରୁ ଏକଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏଠାରେ କୌଣସି ଗୃହ ନିର୍ମାଣ କରାଗଲା ନାହିଁ । କିନ୍ତୁ ଗୋଷ୍ଠୀକେନ୍ଦ୍ର ନିର୍ମାଣ ହୋଇଛି ବୋଲି ଦର୍ଶାଯାଇ ଏକଲକ୍ଷ ଟଙ୍କାକୁ ଉଠାଇ ନିଆଗଲା । ଗାଁ ଲୋକେ ଚାନ୍ଦା ମାଗି ଶିବ ମନ୍ଦିରକୁ ରଙ୍ଗ କରିଥିବାବେଳେ ତାହାକୁ ଦେଖାଇ ଟଙ୍କାତକ ଉଠାଇ ନିଆଯାଇଥିବା ଗାଁର ରାଜୁ ବିଶ୍ୱାଳ, ହେମନ୍ତ କର, ବିଷ୍ଣୁ ମୋହନ ପଣ୍ଡା, ସଂଗ୍ରାମ ପଣ୍ଡା, କାଳନ୍ଦୀ ଚନ୍ଦ୍ର କର, ବିଜୁ କର, ଦୁସ୍ମନ୍ତ ପଣ୍ଡା, ନାରଣ କର, ବସନ୍ତ ପଣ୍ଡା, ଅଜୟ ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ବିଷ୍ଣୁ ଚରଣ ପରିଡା ପ୍ରମୁଖ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ