ସମାଜସେବୀ ପ୍ରଫୁଲ ବେହେରାଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ଶାଳଣିଆଁ ପଞ୍ଚାୟତ ବ୍ରାହ୍ମଣୀକଳା ଗ୍ରାମର ସମାଜସେବୀ ପ୍ରଫୁଲ ବେହେରାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ବାଙ୍ଗାଲୋରରେ ଥିବାବେଳେ ତାଙ୍କର ବ୍ରେନଷ୍ଟ୍ରୋକରେ ପରଲୋକ ଘଟିଥିଲା । ତାଙ୍କ ମରଶରୀରକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯିବାପରେ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷ କୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଭାଇ ପ୍ରସନ୍ନ ବେହେରା ମୁଖାଗ୍ନି ଦେଇଥିଲେ । ଏଥିଲାଗି ଗତକାଲି ବ୍ରାହ୍ମଣୀକଳା ସ୍ଥିତ ତାଙ୍କ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ପୁର୍ବତନ ସରପଞ୍ଚ ଅନାଥ ନାୟକ,ମଧୁସୁଦନ ନାୟକ, ପ୍ରଦୀପ ବେହେରା, ସମାଜସେବୀ ଯୋଗେନ୍ଦ୍ର ବେହେରା, ବିଜେଡି ନେତା ଶିଶିର ବେହେରା, ତାରିଣୀ ସେନାପତି, ନିର୍ମଳ ସେଠୀ, ଓଷ୍ଟାର ପୁର୍ବତନ ଜିଲ୍ଲା ସଭାପତି ଶାନ୍ତନୁ ମିଶ୍ର, ସାଂଗଠନିକ ସମ୍ପାଦକ ମୃତ୍ୟୁଞ୍ଚୟ ପଲେଇ, ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ନବଘନ ନାୟକ, ଶାନ୍ତନୁ କୁମାର ରାଉତ, ଅନିରୁଦ୍ଧ ସେଠୀ, ପର୍ଶୁରାମ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସ୍ମୃତିସଭାରେ ଯୋଗଦେଇ ସ୍ୱର୍ଗତ ପ୍ରଫୁଲ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ମୁକୁନ୍ଦ ପ୍ରସାଦ ବେହେରା, ପରମାନନ୍ଦ ବେହେରା, ବିନୋଦ ବିହାରୀ ବେହେରା, ବିବେକାନନ୍ଦ ବେହେରା, ପ୍ରଶନ୍ନ ବେହେରା, ବ୍ରହ୍ମାନନ୍ଦ, ବିଷ୍ଣୁ, ମହେଶ୍ୱର, ଅମୀୟ, ଲଳିତ ମୋହନ, ଓମ ପ୍ରକାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ