ଆମେ ଜିତି ସାରିଛୁ, ଭୋଟ୍‌ ଗଣତି ବନ୍ଦ କରାଇବାକୁ ସୁପ୍ରିମ୍‌ କୋର୍ଟ ଯିବୁ

ନୂଆଦିଲ୍ଲୀ: ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିବା ରାଜ୍ୟମାନଙ୍କରେ ନିୟୁତ ନିୟୁତ ଭୋଟ୍‌ ଗଣତି ବାକି ଥିବା ବେଳେ ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବା ସହ ଭୋଟ୍‌ ଜାଲିଆତି ହୋଇଥିବା ଅଭିଯୋଗ କରି ସୁପ୍ରିମ୍‌ କୋର୍ଟକୁ ଯିବେ ବୋଲି ବୁଧବାର ଦିନ ହ୍ବାଇଟ୍‌ ହାଉସ୍‌ରେ ଭାଷଣ ଦେଇ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି । ଜିତିବାକୁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ୍‌ କଲେଜ୍ ଭୋଟ୍‌ ପାଖାପାଖି ହୋଇ ନ ଥିଲେ ସୁଦ୍ଧା ଟ୍ରମ୍ପ୍‌ କହିଛନ୍ତି, ସତ କହିବାକୁ ଗଲେ, ଆମେ ଏହି ନିର୍ବାଚନରେ ବିଜୟୀ ହୋଇଛୁ। ନିର୍ବାଚନ ପ୍ରକ୍ରିୟା ବନ୍ଦ କରାଇବାକୁ ଉଦ୍ୟମ କରିବା ସହ ରାତି ୨.୩୦ରେ ଅନୁଷ୍ଠିତ ଏହି ସଭା ଟ୍ରମ୍ପ୍‌ ଅଭିଯୋଗ କରିଛନ୍ତି ଯେ, ଡେମୋକ୍ରାଟ୍‌ମାନେ ଭୋଟ୍‌ ଜାଲିଆତି କରିଛନ୍ତି । ତେଣୁ ଭୋର୍‌ ୪ଟା ପରେ ଭୋଟ୍‌ ଗଣନା ବନ୍ଦ କରାଯାଉ । ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟରେ ଅଭିଯୋଗ କରିବାକୁ ଟ୍ରମ୍ପ୍‌ ଗୁରୁତ୍ବର ସହ ଚିନ୍ତା କରୁଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦିବା ସେ ଯାଆନ୍ତି, କେଉଁ ଆଧାରରେ ଯିବେ। କାରଣ, ଭୋଟ୍‌ ଗଣନା ପ୍ରକ୍ରିୟା ରାଜ୍ୟମାନଙ୍କ ପରିସରଭୁକ୍ତ ହୋଇଥିବାରୁ ଏହାକୁ ବନ୍ଦ କରାଇବାରେ ଆଇନର ବିଶେଷ ଭୂମିକା ନାହିଁ । ପୂର୍ବରୁ ଏଭଳି ଅନ୍ୟୂନ ଦୁଇଟି ମାମଲାର ବିଚାର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ୍ କୋର୍ଟ ରାଜ୍ୟକୁ କହିଥିଲେ । ଭୋଟ୍‌ ଗଣତି ଚାଲିଥିବା ପେନ୍‌ସିଲ୍‌ଭାନିଆ, ମିଚିଗାନ୍‌, ୱିସକନ୍‌ସିନ୍, ଜର୍ଜିଆ ଏବଂ ନର୍ଥ କାରୋଲିନା ଆଦି ରାଜ୍ୟରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବେ ବୋଲି ଟ୍ରମ୍ପ୍‌ ଦାବି କରିଛନ୍ତି । ସେ ଏତେ ସଂଖ୍ୟାରେ ବିଜୟ ହାସଲ କରିବେ ଯେ, ଡେମୋକ୍ରାଟ୍‌ମାନେ ତାଙ୍କ ପାଖାପାଖି ମଧ୍ୟ ପହଞ୍ଚିପାରିବେ ନାହିଁ । କିନ୍ତୁ ଡେମୋକ୍ରାଟ୍‌ମାନେ କହୁଛନ୍ତି କି, ପୂର୍ଣ୍ଣ ଗଣତି ହେଲେ ଫଳାଫଳ ବିପରୀତ ହେ‌ବ । ସଦ୍ୟତମ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ’ ବାଇଡେନ୍‌ ୨୩୮ ଭୋଟ୍‌ ସହ ଆଗୁଆ ଥିବା ବେଳେ ରିପବ୍ଲିକାନ୍‌ ପ୍ରାର୍ଥୀ ରାଷ୍ଟ୍ରପତି ଟ୍ରମ୍ପ୍‌ ୨୧୩ ଭୋଟ୍‌ ପାଇଛନ୍ତି । ରେ ସମର୍ଥକମାନଙ୍କୁ ଉତ୍ସାହ ଦେଇ ଟ୍ରମ୍ପ୍‌ କହିଲେ, ଆମେ ଏହି ନିର୍ବାଚନରେ ବିଜୟୀ ହେବା। ଆମର ସ୍ଥିତି ଯାହା କହୁଛି, ଆମେ ନିର୍ବାଚନ ଜିତି ସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ