ଆମ୍ବେଦକର ଜୟନ୍ତୀ ଦିବସକୁ କ୍ଷେତ ମଜଦୁର ଦିବସ ଭାବେ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସର୍ବଭାରତୀୟ କ୍ଷେତ ମଜଦୁର ସଂଘର ଆହ୍ୱାନ କ୍ରମେ ଆମ୍ବେଦକର ଜୟନ୍ତୀକୁ ଗଜପତି ଜିଲ୍ଲାରେ କ୍ଷେତ ମଜଦୁର ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଆଦର୍ଶରେ ପ୍ରତ୍ୟେକେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରନ୍ତୁ ବୋଲି ଆହ୍ୱାନ ଦିଆଯାଇଥିଲା । କ୍ଷେତ ମଜଦୁର ସଂଘ ତରଫରୁ କୃଷି ଶ୍ରମିକଙ୍କୁ ୨୦୦ ଦିନ କାମ ଓ ଦୈନିକ ୬୦୦ଟଙ୍କା ମଜୁରୀ ଦାବି, ହରିଜନ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ଆଦି ବିଭିନ୍ନ ଦାବି ବିରୁଦ୍ଧରେ ଏକ ର‌୍ୟାଲି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ôଚ ପ୍ରଶାସନ ଜରିଆରେ ଏକ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । କ୍ଷେତ ମଜଦୁର ସଂଘର ମୁଖ୍ୟ ଜେନା ସୁବାଷ ଚନ୍ଦ୍ର ରାଓ, ଇସ୍ମାଇଲ ଶବର, ଲିଙ୍ଗରାଜ ଦଳେଇ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ