ଆମ ଓଡ଼ିଶା-ରାଜକୋଷ ଲୁଟ ଓଡ଼ିଶା ନବୀନ ଓଡ଼ିଶା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଜୁ ଜନତା ଦଳର ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ନାଟକ ବାସ୍ତବରେ ଆମ ଓଡ଼ିଶା-ରାଜକୋଷ ଲୁଟ୍ ଓଡ଼ିଶା ଏବଂ ମରଣଯନ୍ତାର ଓଡ଼ିଶା ନବୀନ ଓଡ଼ିଶା-ତାମିଲ ଓଡ଼ିଶା ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ନବୀନ ପଟ୍ଟନାୟକଙ୍କ ଯୋଗୁ ବିଭିନ୍ନ ଗୋଷ୍ଠୀ ସେମାନଙ୍କର ହକ୍ ଓ ଅଧିକାର ପାଇପାରୁ ନାହାଁନ୍ତି । ନବୀନ ପଟ୍ଟନାୟକ ଆଉ କିଛି ଦିନ ମୁଖ୍ୟମନ୍ତ୍ରୀ ରହିଲେ ଓଡ଼ିଶା ଜନଶୂନ୍ୟ, ଗାଈଗୋରୁଶୂନ୍ୟ ଏବଂ ପ୍ରାକୃତିକ ସମ୍ପଦ ଶୂନ୍ୟ ହୋଇଯିବ ବୋଲି ଶ୍ରୀ ରାଉତ ଓଡ଼ିଶାବାସୀଙ୍କୁ ସତର୍କ କରାଇ ଦେଇଛନ୍ତି । ନବୀନ ପଟ୍ଟନାୟକ ଓଡ଼ିଶାର କଳା ପାହାଡ଼ ଭାବେ ଇତିହାସରେ ସ୍ଥାନ ପାଇବେ । ଶ୍ରୀ ଜଗନ୍ନାଥଙ୍କ ନୀତି ବିଭ୍ରାଟ, କାଳିଆ ସାଆନ୍ତଙ୍କୁ ଉପବାସ ରଖିବା, ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁଙ୍କ ପ୍ରବେଶ, ଶ୍ରୀ ଜଗନ୍ନାଥ ଦର୍ଶନାର୍ଥୀ ମାନଙ୍କୁ ମାଡ଼ ମାରି ଲହୁ ଲୁହାଣ କରିବା ଏବଂ ଚାରିଦ୍ୱାର ନ ଖୋଲିବା, ଶ୍ରୀଜନ୍ନାଥ ଦର୍ଶନାର୍ଥୀଙ୍କୁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ାକରି ଯନ୍ତ୍ରଣା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ ଏବଂ ଓଡ଼ିଶାବାସୀଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ଶ୍ରୀ ରାଉତ କହିଛନ୍ତି । ଏତଦ୍‌ବ୍ୟତୀତ ଦୁର୍ଘଟଣା ମୃତ୍ୟୁ, ନଦୀକୁ ଡେଇଁ ଆତ୍ମହତ୍ୟା ସମେତ ବିଭିନ୍ନ ଉପାୟରେ ଆତ୍ମହତ୍ୟା, ପୁଲିସ୍ ହାଜତରେ ଗର୍ଭବତୀଙ୍କ ମୃତ୍ୟୁ ଜଘନ୍ୟ ହତ୍ୟାକାଣ୍ଡ ଯଥା-ଡ଼ବଲ ମର୍ଡର, ଟ୍ରିପଲ ମର୍ଡର, ସରକାରୀ ମନ୍ତ୍ରୀ ଓ ଅଫିସରମାନଙ୍କୁ ହତ୍ୟା, ଖଣିଖାଦାନ, ପାହାଡ଼, ବାଲି, ଲୁଟ୍ ନବୀନ ପଟ୍ଟନାୟକ ଓଡ଼ିଶା ଶାସନର ଉଜ୍ଜ୍ୱଳ ଦୃଶ୍ୟପଟ୍ଟକୁ ଓଡ଼ିଶାବାସୀ ଜଳଜଳ ଦେଖୁଛନ୍ତି । ତେଣୁ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଆଉ ହାର୍‌କିନ୍ ନ ଦେଖେଇ ତୁରନ୍ତ ଇସ୍ତଫା ଦେଇ ସସମ୍ମାନେ ରାଜନୀତିରୁ ଅବସର ନିଅନ୍ତୁ ବୋଲି ଶ୍ରୀ ରାଉତ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ