ଆରମ୍ଭ ହେଲା ଜେଇଇ ମେନ୍ ପରୀକ୍ଷା

ଭୁବନେଶ୍ବର- ସୋମବାର ଠାରୁ ଆରମ୍ଭ ହୋଇଛି ଯୁଗ୍ମ ପ୍ରବେଶିକା ପରୀକ୍ଷା ବା (ଜେଇଇ ମେନ୍) ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୩୧ ତାରିଖରେ ପରୀକ୍ଷାର ଫଳ ପ୍ରକାଶ ପାଇବ । ସକାଳ ୯.୩୦ରୁ ପ୍ରଥମ ସିଟିଂ ଆରମ୍ଭ ହୋଇଛି  ଯାହା ସାଢେ ୧୨ଟାରେ ସରିବ । ସେହିପରି ଦିନ ୨.୩୦ରେ ଦ୍ବିତୀୟ ସିଟିଂ ଆରମ୍ଭ ହୋଇ ୫.୩୦ରେ ସରିବ । ଭୁବନେଶ୍ବର, ବାଲେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ ଢେଙ୍କାନାଳରେ ଓଡ଼ିଶାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ