ଛାତ୍ରଛାତ୍ରୀ ମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସୋମବାର ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ଆକ୍ରମଣ ଘଟଣାକୁ ଦୃଢଭାବେ ନିନ୍ଦା କରିଛନ୍ତି । ସେ ନିଜ ଟୁଇଟ୍ ପେଜ୍ ରେ ଲେଖିଛନ୍ତି ଯେ, ଗଣତନ୍ତ୍ର ରଷ୍ଟ୍ରରେ ହିସଂର ସ୍ଥାନ ନାହିଁ ଏବଂ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ଦରକାର । ଏହା ସହିତ ଆହାତ ଛାତ୍ରଛତ୍ରୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଥାଉକି ରବିବାର ଜେଏନୟୁରେ ପରିସରରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଥିଲା।ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଓ ଏବିଭିପି ମଧ୍ୟରେ ଏହି ସଂଘର୍ଷ ହୋଇଥିଲା। ରିପୋର୍ଟ ମୁତାବକ ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବାବେଳେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଏଥିରେ ଜେଏନୟୁ ଛାତ୍ର ସଂଘ ସଭାପତି ଐସେ ଘୋଷ ଓ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ