ଆଶ୍ରମ ସ୍କୁଲ୍ରେ ପାଠ୍ୟ ଉପକରଣ ବଣ୍ଟନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ତୁଷାର ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ନିକୋପାର୍କ ରୋଡ଼, ୱାର୍ଡ଼ ନଂ ୨୮ସ୍ଥିତ ଆଶ୍ରମ ସ୍କୁଲ୍ର ଅନ୍ତେବାସୀ, ବିଦ୍ୟାର୍ଥୀ ଓ ଅଙ୍ଗନବାଡ଼ି ପିଲାମାନଙ୍କୁ ଖାତା, ବର୍ଣ୍ଣବୋଧ ବହି, ପେନ୍ସିଲ୍, ରବର, ଇଂରାଜୀ ୱାର୍ଡ଼ ବୁକ୍ ଓ କଲର ବକ୍ସ ଇତ୍ୟାଦି ବିଭିନ୍ନ ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି । ଏଥିରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମନୋରଞ୍ଜନ ମହାନ୍ତି, ସୁଶାନ୍ତ କୁମାର ରାଉତ, କୁଳମଣି ନାୟକ, ମଉଜି ବେହେରା, ନିଖିଳ ନାୟକ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱମୋହିନୀ ପତି, ଶିକ୍ଷୟିତ୍ରୀ ଜୟନ୍ତୀ ନାୟକ, ଟ୍ରଷ୍ଟ ପକ୍ଷରୁ ଉପଦେଷ୍ଟା ଶିବିର କୁମାର ପରିଡ଼ା, ନବକିଶୋର ବେହେରା, ସଭାପତି ଜିତେନ୍ଦ୍ର କୁମାର ଜେନା, ସାଧାରଣ ସମ୍ପାଦକ ବିବେକାନନ୍ଦ ବାରିକ, ଶିଶିର ମହାପାତ୍ର, ମୁନା ମିଶ୍ର, ଅକ୍ଷୟ ବେହେରା, ରାମାଜୀ, ତ୍ରିନାଥ ମହାରଣା, ସୁଷମା ମହାପାତ୍ର ଓ ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


