ଶିବାଜୀଙ୍କୁ ଅସମ୍ମାନ କରି କ୍ଷମା ମାଗିଲା ସୋନି ଟିଭି
ସୋନି ଟିଭିର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ କୋନ ବନେଗା କୋରଡ ପତି ଏକ ଏପିସୋଡରେ ଛତ୍ରପତି ଶିବାଜୀଙ୍କୁ ଅସମ୍ମାନ କରାଯାଇଥିଲା । ଅସମ୍ମାନ କରିଥିବା ହେତୁ ୟୁଜରମାନେ ସେହି ରିଆଲିଟି ସୋକୁ ବର୍ଜନ କରିବା ନିମନ୍ତେ ସୋସିଆଲ ମିଡିଆରେ ତିବ୍ର ବେଗରେ ପ୍ରଚାରିତ ହେବା ପରେ ବିରୋଧ କରାଯିବା ସହ କୋହ୍ନାପୁରର ଶିବାଜୀ ପୁତଲା ଚୈାକରେ ଶିବସେନା ମାନେ ବିଦ୍ରୋହ କରିଥିଲେ । ରିୟାଲିଟି ସୋର ଶିବାଜୀଙ୍କ ନିକଟରେ ଏକ ପ୍ରଶ୍ନ ପଚାରାଯାଇଥିଲା । ପ୍ରଶ୍ନକୁ ନେଇ ଘୋର ପ୍ରତିବାଦ ଲାଗି ରହିଥିବା ବେଳେ ସୋନି ଟିଭି ତରଫରୁ ଅସାବଧାନତା କାରଣରୁ ବୁଧବାର ଏକ ଏପିସୋଡରେ ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ଭୁଲ ଭାବରେ ଲେଖାଯାଇଥିଲା । ତେଣୁ ସୋନି ଟିଭି ତରଫରୁ ହୋଇଥିବା ଭୁଲ ପାଇଁ ସୋନି ଟିଭି ମାଗିଛି କ୍ଷମା ମାଗିଛି ।


