ଆସନ୍ତା କାଲି ପାଟକୁରା ନିର୍ବାଚନ, ସୁରକ୍ଷା ବ୍ୟବସ୍ଥା କଡାକଡି

(ଯୁଗାବ୍ଦ ନ୍ୟୁଜ )ରାତି ପାହିଲେ ପାଟକୁରା ନିର୍ବାଚନ ଏଥି ପାଇଁ ଭୋଟ କେନ୍ଦ୍ର ରେ ପହଁଚିବାରେ ଲାଗିଛନ୍ତି ପୁଲିଂ ପାର୍ଟି । ଇଭିଏମ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ବିଭିନ୍ନ ପୋଲିସ ଷ୍ଟେସନ ମୁହାଁ ଅଧିକାରୀ । ଏହି ବିଧାନସଭା ନିର୍ବାଚନ ପାଇଁ ୩୦୯ ଟି ବୁଥରେ ମତଦାନ କରାଯିବ । ନିର୍ବାଚନ ପରିଚାଳନା କରିବା ପାଇଁ ୧୭୦୦ ପୁଲିଂ ଅଧିକାରୀ ନିୟୋଜିତ କରାଯାଇଛ ି ।ପାଟକୁରା ବିଧାନସଭା ନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରି ୨ ଲକ୍ଷ ୪୪ ହଜାର ୭୪୭ ମତଦାତା । ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ୪ କମ୍ପାନୀ ସିଆପିଏଫ ଯବାନ ମୁତୟନ ହେବା ସହ ୩୧ ଟି ବୁଥ ରେ ୱେବ କାଷ୍ଟିଙ୍ଗ ୪୦ ଟି ସ୍ଥାନରେ ସିସିଟିଭିସ ଲଗା ହେବା ସହ ୫୨ ଜଣ ମାଇକ୍ରୋ ଅବଜରଭର ୧୫ ଟି ବୁଥ ରେ ଭିଡିଓଗ୍ରାଫି କର୍ିବା ପାଇଁ ନିଷ୍ପତି ନିଆଯାଇଛି । ମତ ଦାତାଙ୍କ ସୁବିଧା ସୁଯୋଗ କୁ ଆଖି ଆଗରେ ରଖି ୩୦୯ ଯାକ ବୁଥ ରେ ପିଇବା ପାଣି , ବିଦ୍ୟୁତ ସଂଯୋଗ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ