ପୋଖରୀରେ ବୁଡ଼ି ଶିଶୁର ମୃତ୍ୟୁ
ନିମାପଡା, (ସନ୍ତୋଷ ଦାଶ): ଚାରିଛକ ଫାଣ୍ଡି ଅନ୍ତର୍ଗତ ଖୁଲିସ ଗ୍ରାମର ମହେନ୍ଦ୍ର ପଢିଆରୀଙ୍କ ପୁଅ ଆଦିତ୍ୟ(୮)ଙ୍କର ଆଜି ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖ ବରରୁ ପ୍ରକାଶ ଯେ ଆଦିତ୍ୟ ଆଜି ଉକ୍ତ ଗ୍ରାମର ନିଜ ସଂପର୍କୀୟ ଦେବେନ୍ଦ୍ର ପଢ଼ିଆରୀଙ୍କ ଘରକୁ ଯାଇଥିଲା। ଦେବେନ୍ଦ୍ରଙ୍କ ଘର ସମ୍ମୁଖରେ ଥିବା ଏକ ପୋଖରୀକୁ ଶୌଚ ପାଇଁ ଯିବା ସମୟରେ ଗୋଡ଼ ଖସି ଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲା। ପରିବାର ଲୋକେ ଚିକିତ୍ସା ନିମନ୍ତେ ଆଦିତ୍ୟକୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ଆଦିତ୍ୟର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ଆଦିତ୍ୟ ଚାରିଛକ ନିକଟ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲା ।


