ସୂର୍ଯ୍ୟ ପୂଜା ପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟରେ ରାସ୍ତା ସାଜିଲା ବାଧକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ପୂଜା ନିମନ୍ତେ କୋଣାର୍କରେ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ବହୁ ଘାତ ପ୍ରତିଘାତ ପରେ କୋଣାର୍କ ନିକଟସ୍ଥ ବେଠିଆ ଗଦା ନିକଟରେ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା ପାଇଁ ମୁକେଶ ଜେନଙ୍କ ନେତୃତ୍ୱରେ ନିର୍ମାଣ ଚାଲିଥିଲା। କିନ୍ତୁ ଆଜି ମନ୍ଦିର କାର୍ଯ୍ୟ ଭଙ୍ଗା ଯାଉଥିବା ଦେଖିବକୁ ମିଳିଥିଲା। ସୂଚନା ମୁତାବକ ମନ୍ଦିର ନିର୍ମାଣ ହେଉଥିବା ସ୍ଥାନକୁ ଯାତାୟତ ପାଇଁ ରାସ୍ତା ନଥିବାରୁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜୁଛି। କିଛି ନେସ୍ତ ସ୍ବାର୍ଥ ବ୍ୟକ୍ତି ରାସ୍ତାରେ ବାଡ ପକାଇ ମନ୍ଦିର ନିର୍ମାଣ କାର୍ଯ୍ୟରେ ବାଧକ ସାଜୁଛନ୍ତି । ମନ୍ଦିର ନିର୍ମାଣ ହେଉଥିବା ସ୍ଥାନକୁ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ଯାଇ ପାରୁନାହିଁ । ଫଳରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ରାଜସ୍ଥାନରୁ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ମାନ ଆସି କୋଣାର୍କ ବିଭିନ୍ନ ସ୍ଥାନରେ ପଡି ରହିଛି । ଏଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ହେଲେ ଚତୃ ପାର୍ଶ୍ବରେ ରହୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇ ପାରିବ ବୋଲି ସୂର୍ଯ୍ୟ ଉପାସକ ମାନେ କହୁଥିବା ବେଳେ , ମନ୍ଦିର ନିର୍ମାଣ କାର୍ଯ୍ୟ ରେ କିଛି ସ୍ଥାନୀୟ ଲୋକମାନେ ରାସ୍ତା ନ ଛାଡ଼ିବାରୁ ମନ୍ଦିର ନିର୍ମାଣ କାର୍ଯ୍ୟ ରେ ବାଧାପ୍ରାପ୍ତ ହେଉଛି। ମନ୍ଦିର ରେ ଲଗାଯାଇଥିବା ପଥର ଖଣ୍ଡ ଓ କାରୁକାର୍ଯ୍ୟ ଭାଙ୍ଗି କରି ଅନ୍ୟତ୍ର ନିଆଯାଇ ସେଠାରେ ମନ୍ଦିର ନିର୍ମାଣ କରାଯିବା ସହ, ସୂର୍ଯ୍ୟ ପୂଜା କରାଯିବ ବୋଲି ମନ୍ଦିର ର ମୂଖ୍ୟ ବିନ୍ଧାଣୀ ମୁକେଶ ଜେନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ