ଇଫକୋ ସାର କଣ୍ଟେନର କୁ ଅଟକାଇଲେ ଟ୍ରକ ମାଲିକ
ପାରାଦ୍ୱୀପ, (ପୀତବାସ ପ୍ରଧାନ):ବୃହତ ସାର ଉତ୍ପାଦନକାରୀ ଇଫକୋ ସାର କାରଖାନା ପାରାଦ୍ୱୀପ ୟୁନିଟ୍ ରୁ ଉତ୍ପାଦିତ ସାର ପରିବହନକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି । ଘଟଣାରୁ ପ୍ରକାଶ ଯେ, ପାରାଦ୍ୱୀପ ଠାରେ ଥିବା ବୃହତ୍ତମ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ସାର କାରଖାନାରୁ ପ୍ରସ୍ତୁତ ହେଉଥିବା ସାର ପାରାଦ୍ୱୀପ ଗଡରୁ ଯାଜପୁର ଜିଲ୍ଲାର ଧାନମଣ୍ଡଳକୁ ଟ୍ରକ୍ ଯୋଗେ ପରିବହନ ନିମନ୍ତେ ପାରାଦ୍ୱୀପ ପରିବହନ ପ୍ରାଇଭେଟ୍ ଲିମିଟେଡ୍ କୁ ଇଫକୋ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ । ଏହି ସଂସ୍ଥା ପାରାଦ୍ୱୀପ ଠାରେ ବ୍ୟାଗିଙ୍ଗ କରିବା ସହ ପରିବହନ ଆରମ୍ଭ କରିଥିଲା । ତେବେ ପୂର୍ବରୁ ସାର ପରିବହନ କରୁଥିବା ସ୍ଥାନୀୟ ଟ୍ରକ୍ ଗୁଡିକ ଏହି ପରିବହନ କାର୍ଯ୍ୟରେ ନ ଲାଗଇ ସଂପୃକ୍ତ ପରିବହନ ସଂସ୍ଥା ଅନ୍ୟ କଣ୍ଟେନର ଟ୍ରକ୍ରେ ସାର ପରିବହନ କରିବା ପ୍ରତିବାଦରେ ପାରାଦ୍ୱୀପ ର ୩ଗୋଟି ଟ୍ରକ୍ ମାଲିକ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପାରାଦ୍ୱୀପ ଟ୍ରକ୍ ମାଲିକ ସଂଘର ସାଧାରଣ ସଂପାଦକ ଆଲୋକ କୁମାର ପରିଡାଙ୍କ ନେତୃତ୍ୱରେ ଟ୍ରକ୍ ମାଳିକମାନେ ପାରାଦ୍ୱୀପ ପରିହବନ ସଂସ୍ଥାର ସାର ବୋଝେଇ କଣ୍ଟେନର ଟ୍ରେଲର ଗୁଡିକୁ ଅଟକାଇଥିଲେ । ଫଳରେ ସାର ପରିବହନକାରୀ ସଂସ୍ଥା ପାରାଦ୍ୱୀପ ପରିବହନ ପକ୍ଷରୁ ଏ ସଂପର୍କରେ ପାରାଦ୍ୱୀପ ଟ୍ରକ୍ ମାଲିକ ସଂଘ ଅଭିଯୋଗ କରିଛି ଯେ, ଇଫକୋ ସାର ପାରାଦ୍ୱୀପ ର ୩ଗୋଟି ଟ୍ରକ୍ ମାଲିକ ସଂଘର ଟ୍ରକ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ବହୁ ଉପାନ୍ତ ଗ୍ରାମ ଗୁଡିକରେ ସାର ପହଞ୍ଚାଉଛି । ପାରାଦ୍ୱୀପ ପରିବହନ ସଂସ୍ଥା ସାର କଣ୍ଟେନର ମାଧ୍ୟମରେ ଧାନମଣ୍ଡଳ ସମେତ ବାହାର ରାଜ୍ୟକୁ ପରିହବନ ପାଇଁ ଯୋଜନା କରୁଛି । କୋଭିଡ୍-୧୯ ମହାମାରୀ ଲକ୍ଡାଉନ୍ ସମୟରେ ପାରାଦ୍ୱୀପ ପରିବହନ ଏକ ଯୋଜନାବଦ୍ଧ ଭାବେ ଜାଣିଶୁଣି ନିଜର ଲାଭଖୋର ମନବୃତ୍ତି ନେଇ ଏପରି ବିବାଦ ଆରମ୍ଭ କରୁଥିବା ଶ୍ରୀ ପରିଡା ଅଭିଯୋଗ କରିଛନ୍ତି । ସେହିପରି ପାରାଦ୍ୱୀପର ୫ଗୋଟି ଟ୍ରେଲର ସଂଘକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ଅଭେିଯାଗ କରିଛି ଯେ ଯଦି ଇଫକୋ ରେ ସାର ପରିବହନ କରୁଥିବା ସଂସ୍ଥାର କଣ୍ଟେନର ଟ୍ରେଲର ଆବଶ୍ୟକତା ଅଛି ତେବେ ସେ ବାହାର ଟ୍ରେଲର ବ୍ୟବହାର ନ କରି ସ୍ଥାନୀୟ ଅଞ୍ଚଳର ଟ୍ରେଲର ବ୍ୟବହାର କରନ୍ତୁ । କାରଣ ଏହି ଟ୍ରେଲର କ୍ରିୟାନୁଷ୍ଠାନ କମିଟରେ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ୭୦୦ରୁ ଉର୍ଦ୍ଧ୍ୱ ଟ୍ର୍ରେଲର ରହିଅଛି । ତେବେ ଏ ବାବଦରେ ମଙ୍ଗଳବାର ଦିନ ଟ୍ରେଲର ଜଏଣ୍ଟ କୋଅଡିନେସନ କମିଟିର ନଗେନ୍ଦ୍ର କୁମାର ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏତଦବ୍ୟତୀତ ସ୍ଥାନୀୟ ବେକାର ଓ ଶିଳ୍ପ ପାଇଁ ଜମି ହରାଉଥିବା ବ୍ୟକ୍ତିମାନଙ୍କ ଜୀବନଧାରଣ ପାଇଁ ଏହି ବ୍ୟବସାୟ ଏକମାତ୍ର ଆଶା ଥିବାବେଳେ ମାନବିକତା ଦୃଷ୍ଟିରୁ ଏହି ପରିବହନ ସଂସ୍ଥା ସ୍ଥାନୀୟ ଗାଡି ଗୁଡିକୁ ପ୍ରାଧାନ୍ୟ ଦେବା ଉପରେ ଶ୍ରୀ ରାଉତ ଗୁରୁତ୍ୱାରୋପ କରିଥିଲେ । ତେବେ ସଂନ୍ଧ୍ୟାରେ ପ୍ରଶାସନ ସ୍ଥରରେ ଏବଂ ଇଫକୋ ପରିସରରେ ଏସମସ୍ୟା ସମାଧାନ ଦିଗରେ ଆଲୋଚାନ ଜାରୀ ରହିଥିବା ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ ।


