ଇସ୍ତଫା ଦେଲେ ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ , (‌ୱ।ଇଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପିକେ ସିହ୍ନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରି ସାରିଛନ୍ତି । ପିକେ ସିହ୍ନା ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ନୃପେନ୍ଦ୍ର ମିଶ୍ରଙ୍କ ଇସ୍ତଫା ପରେ ୨୦୧୯ରୁ ସେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । କୁହାଯାଉଛି ଯେ, ସୋମବାର ହିଁ ପିକେ ସିହ୍ନା ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଉତ୍ତର ପ୍ରଦେଶ କ୍ୟାଡରର ୧୯୭୭ ବ୍ୟାଚ୍ର ଆଇଏଏସ ଅଧିକାରୀ ପିକେ ସିହ୍ନା ମୋଦୀଙ୍କ କାର୍ଯ୍ୟକାଳରେ ପ୍ରମୁଖ ପଦବୀରେ ରହିଥିଲେ । ମୋଦୀ ସରକାରଙ୍କ ପୂର୍ବରୁ ସିହ୍ନା କ୍ୟାବିନେଟ୍‌ ସଚିବ ଥିଲେ । ସେ ୟୁପିଏ ସମୟରେ କ୍ୟାବିନେଟ୍‌ ସଚିବ ଭାବେ ନିଯୁକ୍ତ ଅଜିି ସେଠ୍‌ଙ୍କ ସ୍ଥାନ ନେଇଥିଲେ । କ୍ୟାବିନେଟ୍‌ ସଚିବ ହେବା ପୂର୍ବରୁ ସେ ଶକ୍ତି ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସଚିବ ଥିଲେ । ୨୦୧୯ରେ କ୍ୟାବିନେଟ୍‌ ସଚିବ ପଦରୁ ଅବସର ନେବା ପରେ ପିଏମଓରେ ତାଙ୍କ ପାଇଁ ଏକ   ପଦ ସୃଷ୍ଟି କରାଯାଇଥିଲା । ତାଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ନିଯୁକ୍ତି ଦିଆଯାଇଥିଲା । ପିଏମଓରୁ ନୃପେନ୍ଦ୍ର ମିଶ୍ର ଇସ୍ତଫା ଦେବା ପରେ ପିକେ ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ପରାମର୍ଶଦାତାର ଦାୟିତ୍ୱ ଦିଆଯାଇଥିଲା । ତେବେ ତାଙ୍କ ଇସ୍ତଫା ଉପରେ ସକରାରଙ୍କ ପକ୍ଷରୁ କୌଣସି ସୂଚନା ଆସିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ପରାମର୍ଶଦାତା ପିକେ ସିହ୍ନା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରି ସାରିଛନ୍ତି । ପିକେ ସିହ୍ନା ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ