ଉଚ୍ଚେଦ କାର୍ଯ୍ୟ କୁ ନେଇ ଟିପ୍ପଣୀ ରଖିଲେ ଶଙ୍କରାଚାର୍ଯ୍ୟ
ପୁରୀ ଶ୍ରୀ ମନ୍ଦିର ରେ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ଉଚ୍ଚେଦ କାମ । ଆଉ ଏବେ ଏହି ଉଚ୍ଚେଦକୁ କଡା ଭାଷାରେ ନିନ୍ଦା କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ର ମଠାଧୀଶ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନ୍ଦ ସରସ୍ୱତୀ ଯେଭଳି ଢଙ୍ଗ ରେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଥିବା ହଜାର ହଜାର ବର୍ଷ ର ମଠ ଓ ମନ୍ଦିରକୁ ଯେଭଳି ଭାବେ ଉଚ୍ଚେଦ କରାଯାଉଛି ତାକୁ ନେଇ ନିନ୍ଦା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି ବଳ ଓ ଛଳ ପୂର୍ବକ କୈଣସି ଉଚ୍ଚେଦ କାମ ନକରି ଶାନ୍ତି ଓ ଆପସ ବୁଝାମଣା ମାଧ୍ୟମରେ କାର୍ଯ୍ୟ ତ୍ୱରାନ୍ୱିତ ହେବା ଦରକାର ।


