ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ ବୁଗୁଡା ପିପୁଲସ କଲେଜ ପରିଦର୍ଶନ

ବୁଗୁଡା,(ଅନିଲ କୁମାର ମହାରଣା): ଉଚ୍ଚ ଶିକ୍ଷା ବିଭାଗର ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ଜାନୁଆରୀ ୨୨ ତାରିଖ ଦିନ ଅଚାନକ ଗସ୍ତରେ ଆସି ବୁଗୁଡା ପିପୁଲସ କଲେଜ ପରିଦର୍ଶନ କରି ଫେରିଛନ୍ତି। ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଶ୍ରୀ ତ୍ରିପାଠୀଙ୍କ ସହ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ଃ ସିଦ୍ଧାର୍ଥ ଶଙ୍କର ପଣ୍ଡା ମଧ୍ୟ ପରିଦର୍ଶନରେ ସାମିଲ ହୋଇଥିଲେ। ଦୁଇ ପରିଦର୍ଶକ କଲେଜର ଅଚାନକ ପ୍ରବେଶ କରି ଶ୍ରେଣୀ ଗୃହରେ ଶିକ୍ଷାଦାନ ଦେଖିବା ସହ ବିଜ୍ଞାନ ପରୀକ୍ଷାଗାର ଦେଖିଥିଲେ। ଶିକ୍ଷାଦାନ ଓ ପରୀକ୍ଷାଗାର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଅଧ୍ୟକ୍ଷ ରଜନୀ କାନ୍ତ ଦାଶ ଓ ଅନ୍ୟାନ୍ୟ ଅଧ୍ୟାପକଙ୍କ ସହ ଘରୋଇ ଟିଉସନ ବିଷୟରେ ହୋଇଥିବା ଅଭିଯୋଗ ବିଷୟରେ ଆଲୋଚନା କରି କେହିମଧ୍ୟ ଟିଉସନ ନକରିବା ପାଇଁ ନିର୍ଦ୍ଦେଶ ଦେବା ସହ ସମସ୍ତେ ଲିଖିତ ଭାବେ ଅଧ୍ୟକ୍ଷଙ୍କୁ ଘୋଷଣା ପତ୍ର ଦେବାପାଇଁ କହିଥିଲେ। ପୁନର୍ବାର ଯେପରି ଟିଉସନ ପାଇଁ ଅଭିଯୋଗ ନଆସେ ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ