ଉତ୍କଳ ମହିଳା ସମିତି ପକ୍ଷରୁ ବିଶ୍ୱ ମହିଳା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) :ଉତ୍କଳ ମହିଳା ସମିତି ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବନ୍ଦନା ବିଶ୍ୱାସଙ୍କ କବିତା ପୁସ୍ତକ ‘ସଂଗ୍ରାମର ସ୍ୱର’ ଉଠା ଜଳସେଚନ କର୍ମଚାରୀ ଭବନରେ ମଙ୍ଗଳବାର ଉନ୍ମୋଚିତ ହୋଇଯାଇଛି । ସମାଜରେ ଘଟୁଥିବା ସମସ୍ତ ଅନ୍ୟାୟ, ଅତ୍ୟାଚାର ଓ ଅବିଚାର ବିରୋଧରେ କବିତାଗୁଡ଼ିକରେ ବିଦ୍ରୋହର ସ୍ୱର ସ୍ପଷ୍ଟ ଉଚ୍ଚାରିତ ହୋଇଛି ବୋଲି ପତ୍ରିକାକୁ ଉନ୍ମୋଚନ କରି ଅତିଥି ଓ ବକ୍ତାମାନେ ମତ ଦେଇଥିଲେ । ସମାଜସେବୀ ସରସ୍ୱତୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ, ନମିତା ବାରିକ, ରଞ୍ଜିତା ମହାନ୍ତି, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ସୀତାରାମ ପ୍ରଧାନ, ଆଲୋକ ଦାସ, ସକିନା ବାନୁ, ନିରଞ୍ଜନ ପରିଡ଼ା, ମନୋଜ କିଶୋର ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ବିଶ୍ୱ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ଓ ପ୍ରକାଶିତ କବିତା ପୁସ୍ତକ ଉପରେ ସେମାନଙ୍କ ମତ ପ୍ରଦାନ କରିଥିଲେ । ନିଶା ଯୁବସମାଜକୁ ବିପଥଗାମୀ କରୁଥିବା ବେଳେ ମହିଳାମାନଙ୍କ ଉପରେ ନିଶାସକ୍ତମାନଙ୍କ ଜୁଲମ ବୃଦ୍ଧି ପାଉଥିବାରୁ ନିଶାମୁକ୍ତ ସମାଜ ଗଠନ ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଯତୀନ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କ୍ରିଷ୍ଣା ସାହା ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ